ନାଁ ଶୁଣିଲେ ଭୟରେ ଥରୁଥିଲା ଜଙ୍ଗଲ, କେମିତି ଗ୍ରାଜୁଏସନ୍ ଅଧାରୁ ଛାଡି ମାଓ ନେତା ହେଲା ଗଣେଶ ?

NEWS7
abhijit-arrested-due-to-crossing-decency-during-interview-with-news7

ନୂଆଦିଲ୍ଲୀ, ୨୯/୧୨:ନାଁ ଶୁଣିଲେ ଭୟରେ ଥରୁଥିଲା ଜଙ୍ଗଲ । ଶହଶହ ସଫଳ ଅପରେସନ । ଲାଲ କରିଡରରେ ସେ ବାଦଶାହ । ବନ୍ଧୁକ ମୁନର ଗର୍ଜନ ଶୁଭିଲେ ଡରି ଯାଉଥିଲେ ଆଦିବାସୀ । ସୁରକ୍ଷାକର୍ମୀଙ୍କ ପାଇଁ ଟେନସନ୍ । ୪୩ ବର୍ଷର ମୂଷା ବିଲେଇ ଖେଳ । ଏବେ କିନ୍ତୁ ସବୁ ଶେଷ । ସରିଛି ନକ୍ସଲ ନେତା ଗଣେଶର ରାଜୁତି । ପୋଲିସ ଗୁଳିରେ ନିହତ ହୋଇଛି ସେ । ଦୀର୍ଘ ଚାରି ଦଶନ୍ଧି ପରେ ଏବେ ନିରବ । ତେବେ ସହଜ ନଥିଲା ତାକୁ ଧରିବା । ଗରିଲା ଯୁଦ୍ଧରେ ସେ ମାହିର । ଅନେକ ରାଜ୍ୟର ଟାର୍ଗେଟରେ ଥିଲା ମାଓନେତା ଗଣେଶ । ଏବେ କିନ୍ତୁ ତା ଚାପଟର୍ ର ଦି ଏଣ୍ଡ୍ । ସବୁଠୁ ବଡ଼ କଥା ପରିବାର ଲୋକେ ନେଇଛନ୍ତି ମୃତଦେହ । ସଂସ୍କାର ବି କରିଛନ୍ତି । ଯାହା ମାଓ ଇତିହାସରେ ବିରଳ ଘଟଣା ।

ଡିସେମ୍ବର ୨୫ ତାରିଖ । ବଡଦିନର ଖୁସି । ସେଲିବ୍ରେସନ୍ ମୁଡରେ ସାରା ଦେଶ । ହେଲେ କନ୍ଧମାଳ ପୋଲିସ ପୁରା ଆକ୍ଟିଭ୍ । ମିଳିଥିଲା ରିପୋର୍ଟ । ଚକାପାଦର ଗସମା ଅଞ୍ଚଳରେ ଲୁଚିଛି ଗଣେଶ । ତୟାର ହୋଇଗଲା ଜିଲ୍ଲା ପୋଲିସ । ସାଥିରେ ଥିଲେ ସିଆରପିଏଫ ଏବଂ ଏସଓଜି ଯବାନ । ଘେରି ଯାଇଥିଲେ ଜଙ୍ଗଲକୁ । ଖସିବାର ରାସ୍ତା ନଥିଲା । ବଞ୍ଚିବାର ବାଟ ନଥିଲା । ଯବାନଙ୍କୁ ଦେଖି ଛାନିଆ ହୋଇଯାଇଥିଲେ ମାଓବାଦୀ । ନେତା ଗଣେଶକୁ ରକ୍ଷା କରିବା ପାଇଁ ଜୋରଦାର ଉଦ୍ୟମ । ପୋଲିସ ଉପରକୁ ଜଙ୍ଗଲ ଭିତରୁ ହେଲା ଫାୟାରିଂ । କଡା ଜବାବ ଦେଲେ ଯବାନ । ଆଖିବୁଜା ଗୁଳିମାଡରେ ଥରିଉଠିଲା ଜଙ୍ଗଲ । ଛତ୍ରଭଙ୍ଗ ଦେଲେ ନକ୍ସଲ । ସେତେବଳକୁ ଆଉ ନଥିଲା ଗଣେଶ । ପୋଲିସ ଗୁଳିରେ ସବୁଦିନ ପାଇଁ ବୁଜିଥିଲା ଆଖି ।

ତେଲଙ୍ଗାନାର ନାଲଗୋଣ୍ଡାରେ ଗଣେଶର ଜନ୍ମ । ପିଲାଦିନୁ ମେଧାବୀ । ଯୁକ୍ତ ଦୁଇ ପାଠ ପଢିବା ପରେ ବିଏସସିରେ ଆଡମିଶନ୍ । ହେଲେ ପୁରା କରିନଥିଲା ଡିଗ୍ରୀ । ୧୯୮୨ରେ ପାଠ ଛାଡିଥିଲା ସେ। ଅଣ୍ଡରଗ୍ରାଉଣ୍ଡ୍ ହୋଇଯାଇଥିଲା ଗଣେଶ । ପରିବାର ଲୋକେ ଟେର୍ ପାଇନଥିଲେ । କିଛି ଦିନ ପରେ ବସ୍ତରରେ ନଜର ଆସିଥିଲା । ସେତେବେଳକୁ ସେ ପାଲଟିଥିଲା ନକ୍ଲଲ କ୍ୟାଡର୍ । ମିଳିଥିଲା ବସ୍ତର ଡିଭିଜନର ସେକ୍ରେଟେରୀ ଦାୟିତ୍ୱ । ଖାସ୍ ଥିଲା ତାର ରଣନୀତି । ସଙ୍ଗଠନରେ ସବୁଠୁ ଫିଟ୍ । ନ ଶୋଇ ଲଗାତାର ଚାଲିପାରୁଥିଲା ଗଣେଶ । ଛଦ୍ମବେଶରେ ଲୁଚି ଛପି ପୋଲିସକୁ ଚକମା । ମାତ୍ର କିଛି ବର୍ଷରେ କ୍ୟାଡରରୁ ସେ ପାଲଟିଥିଲା ହାର୍ଡକୋର୍ ନକ୍ସଲ । ତାକୁ ଚିହ୍ନିବା ସହଜ ନଥିଲା । କେବଳ ଦୁଇ ଆଖି ମଝିରେ ଥିଲା ଟାଟୁ । ଇଂରାଜୀଠୁ ହିନ୍ଦୀ । ତେଲଗୁଠୁ ଓଡିଆ । କିଛି ଆଦିବାସୀ ଭାଷାରେ ବି ଓସ୍ତାଦ ଥିଲା ସେ ।

ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ସେ ଥିଲା ଛାମୁଆ ନେତା । ମୋଡେମ୍ ବାଲକ୍ରିଷ୍ଣାର ମୃତ୍ୟୁ ପରେ ଆସିଥିଲା ଓଡିଶା ।କଳାହାଣ୍ଡିରୁ ରାୟଗଡା-ବୌଦ୍ଧ । କନ୍ଧମାଳରୁ ନୟାଗଡ, ସେ ପୁରା ଆକ୍ଟିଭ୍ । ପଛରେ ପଡିଥିଲେ ଓଡିଶା ସମେତ ଛଡିଶଗଡ ଏବଂ ଆନ୍ଧ୍ର ପୋଲିସ । ମୁଣ୍ଡ ଉପରେ ଥିଲା ଏକ କୋଟି ଦଶ ଲକ୍ଷର ପ୍ରାଇସ୍ ମନି । ୧୦ ଦିନ ତଳେ ଆସିଥିଲା କନ୍ଧମାଳ । ସତେ ଯେମିତି ତାକୁ ଡାକିଥିଲା ମୃତ୍ୟୁ ।

୨୦୧୩ରେ ସୁକମା ଜିଲ୍ଲାରେ ଆଟାକ୍ । କଂଗ୍ରେସ ନେତାଙ୍କ ରାଲିରେ ଆକ୍ରମଣ । ଲିଭିଥିଲା ୨୭ରୁ ଅଧିକ ଜୀବନ । ଆକ୍ରମଣ ପଛରେ ଗଣେଶ ମାଷ୍ଟରମାଇଣ୍ଡ୍ । ଦିନକୁ ଦିନ ଅଧିକ ଘାତକ ପାଲଟିଥିଲା ଟପ୍ ମାଓନେତା । ସାରା ଦେଶରେ ନକ୍ସଲ ବିରୋଧୀ ଅପରେସନ୍ । ୨୦୨୬ ଏପ୍ରିଲ ସୁଦ୍ଧା ମାଓମୁକ୍ତ ଭାରତ । ଲଗାତାର କମ୍ବିଂରେ ଡରିଯାଉଥିଲେ ମାଓବାଦୀ । ଆତ୍ମସମର୍ପଣ ପାଇଁ କରୁଥିଲେ ନିବେଦନ । ହେଲେ ହାରିନଥିଲା ଗଣେଶ । ସରକାରଙ୍କ ଧମକକୁ ନଥିଲା ଖାତିର । ନିଜର କିଛି ଖାସ୍ କ୍ୟାଡରଙ୍କ ସହ ସେ ଥିଲା ସେଫ୍ । କନ୍ଧମାଳରୁ ମାଲକାନାଗିରି । ଓଡିଶା ଭିତରେ ସଙ୍ଗଠନକୁ ମଜବୁତ କରିଚାଲୁଥିଲା ।

ଏବେ ସରିଛି ଆତଙ୍କ । ପୋଲିସ ଗୁଳିରେ ଜୀବନ ହାରିଛି ଟପ୍ ମାଓନେତା । ନକ୍ସଲ ସଙ୍ଗଠନକୁ ଜୋରଦାର ଝଟକା । କନ୍ଧମାଳ ସମେତ ଓଡିଶାରେ ଭୂଶୁଡିଛି ଲାଲ୍ କରିଡର୍ । ତା ମୃତ୍ୟୁ ପରେ କିନ୍ତୁ ମାଓ ଇତିହାସ ଲେଖିଛି ନୂଆ କାହାଣୀ । ପୂର୍ବରୁ ମରିଛନ୍ତି ଅନେକ ମାଓବାଦୀ । ପୋଲିସ ଗୁଳିରେ ଯାଇଛି ଜୀବନ । କିନ୍ତୁ ଶବକୁ ଛୁଇଁନାହାଁନ୍ତି ପରିବାର ଲୋକେ । ହେଲେ ଗଣେଶର କାହାଣୀ ଅଲଗା । ତା ମୃତ୍ୟୁ ପରେ ପରିବାର ଲୋକଙ୍କୁ ଦିଆଯାଇଥିଲା ଖବର । ଫୁଲବାଣୀ ଆସିଥିଲେ ଭାଇ ଏବଂ ଭଣଜା । ଶବ ଚିହ୍ନଟ ପରେ ତେଲଙ୍ଗାନା ନେଇଥିଲେଲେ । ସେଠାରେ ଶୁଭିଥିଲା ଇନକିଲାବ୍ ଜିନ୍ଦାବାଦ ନାରା । ଲାଲ୍ ସଲାମ୍ ଧ୍ୱନିରେ ଫାଟି ପଡୁଥିଲା ନାଲଗୋଣ୍ଡା ।

ଗଣେଶ ଆଉ ନାହିଁ । ଭୟରେ ଆହୁରି ଅନେକ ଟପ୍ ମାଓନେତା । କେତେବେଳେ ବି ପଡିପାରେ ପାଳି । ଅନେକ କରୁଛନ୍ତି ସରେଣ୍ଡର୍ । ସମାଜର ମୁଖ୍ୟ ଧାରାକୁ ଫେରାଇ ଆଣିବାକୁ ସରକାରଙ୍କ ନିରନ୍ତର ଉଦ୍ୟମ । ଲକ୍ଷ୍ୟ ୨୦୨୬ ମେ ୩୧ ପୂର୍ବରୁ ନକ୍ସଲ ମୁକ୍ତ ଭାରତ ।