ନାଲକୋର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ଅଭୟ କୁମାର ବେହୁରିଆ

Published By : Prameya-News7 Bureau | June 11, 2025 IST

ଭୁବନେଶ୍ଵରନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ର ନୂତନ ନିର୍ଦ୍ଦେଶକ(ଅର୍ଥ) ଭାବେ ଦାୟିତ୍ବ ନେଲେ ଅଭୟ କୁମାର ବେହୁରିଆ । ନାଲକୋରେ ଯୋଗଦେବା ପୂର୍ବରୁ, ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ(ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ)ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଏବଂ ଆକାଉଣ୍ଟସ୍) ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ଦକ୍ଷତା ଏବଂ ନେତୃତ୍ତ୍ଵ ବଳରେ କମ୍ପାନୀ ଏକ ଚ୍ୟାଲେଞ୍ଜିଙ୍ଗ ବଜାର ପରିସ୍ଥିତି ମଧ୍ୟରେ ରେକର୍ଡ ଆର୍ଥିକ ଫଳାଫଳ ହାସଲ କରିଥିଲା।

ଆର୍ଥିକ ପରିଚାଳନା, ରଣନୈତିକ ଯୋଜନା ଏବଂ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ତାଙ୍କର ୩ ଦଶନ୍ଧିରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ସ୍ନାତକ ଡିଗ୍ରୀ ଏବଂ ଭାରତୀୟ କଷ୍ଟ ଆକାଉଣ୍ଟାଣ୍ଟସ୍ ପ୍ରତିଷ୍ଠାନ(ଆଇ.ସି.ଏ.ଆଇ)ର ଜଣେ ଫେଲୋ ସଦସ୍ୟ ସହ ସଂସ୍ଥାର ଆଡଭାନ୍ସଡ୍ ଷ୍ଟଡିଜ୍ ଆଣ୍ଡ୍ ରିସର୍ଚ୍ଚ ବୋର୍ଡରୁ ବ୍ୟବସାୟ ମୂଲ୍ୟାଙ୍କନରେ ମଧ୍ୟ ଏକଜିକ୍ୟୁଟିଭ୍ ଡିପ୍ଲୋମା ହାସଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭୟ କୁମାର ବେହୁରିଆ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅନେକ ଡିଜିଟାଲ୍ ପରିବର୍ତ୍ତନ ପଦକ୍ଷେପର ନେତୃତ୍ୱ ନେଇଥିଲେ, ଯେପରିକି ଖଣିରେ ଏସ.ଏ.ପିକାର୍ଯ୍ୟକାରୀ କରିବା, ସ୍ୱୟଂଚାଳିତ ଇନଭଏସ୍ ସିଷ୍ଟମ୍ ଏବଂ ବିକ୍ରେତା ସୂଚନା ପରିଚାଳନା ଇତ୍ୟାଦି । କାର୍ଯ୍ୟବ୍ୟବସ୍ଥାକୁ ଉନ୍ନତ ଓସୁବ୍ୟବସ୍ଥିତ କରିବା ପାଇଁ ଦୁଇଟି ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟକୁ ମିଶ୍ରଣ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସକ୍ରିୟ ଆଭିମୁଖ୍ୟ କମ୍ପାନୀର ଦୀର୍ଘକାଳୀନ ଆଇନଗତ ଏବଂ ଆର୍ଥିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରିଥିଲା।

ନିର୍ଦ୍ଦେଶକ (ଅର୍ଥ) ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଅଭିନନ୍ଦନ ଜଣାଇ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଥିଲେ ଯେ,‘ଆର୍ଥିକ ପରିଚାଳନା, ରଣନୈତିକ ଯୋଜନା ଏବଂ ଡିଜିଟାଲ ରୂପାନ୍ତରଣରେ ଶ୍ରୀ ବେହୁରିଆଙ୍କର ବ୍ୟାପକ ଅଭିଜ୍ଞତା ନାଲକୋର ବିଭିନ୍ନ ପ୍ରକଳ୍ପ ଏବଂ ପରିଚାଳନା ପଦକ୍ଷେପଗୁଡ଼ିକ ନିମନ୍ତେ ସହାୟତା ପ୍ରଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଏବଂ ନବସୃଜନ ଆଣିବ ।ନିର୍ଦ୍ଦେଶକ (ଅର୍ଥ) ଭାବରେ ତାଙ୍କର ଯୋଗଦାନ ନାଲକୋ ବୋର୍ଡ଼କୁ ଆହୁରି ଦୃଢୀଭୂତକରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.