ଫୋନ୍ ରିସିଭ୍ କଲାନି ଲିଜା, ଘର ଭିତରେ ଏକାଠି ଦେଖି କାଟିଦେଲା...

NEWS7
aayush-sharma-shares-first-look-of-his-next-film

ଭୁବନେଶ୍ୱର ୧୧।୦୨ : ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତକୁ ହତ୍ୟା। ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଘଟଣା ଉପରୁ ପର୍ଦ୍ଦା ଉଠାଇଲା ପୋଲିସ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କଲେ ଏସିପି ସୋନାଲ ସିଂ ପରମାର ।

ଏ ଖବର ବି ପଢନ୍ତୁ:- ଦିନେଶ କାର୍‌ରେ ଲେଖାଅଛି 'I Love Liza', ପାଗଳ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ

ପ୍ରେସମିଟରେ ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ସତ୍ୟବ୍ରତ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ଦିନେଶ ହିଁ ଏକମାତ୍ର ଅଭିଯୁକ୍ତ, ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇଛି। ଦିନେଶକୁ ନେଇ ଆମେ କ୍ରାଇମସିନ୍ ରିକ୍ରିଏସନ କରିବୁ । ଯେଉଁ ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମର ସୃଷ୍ଟି ହୋଇଛି । ଏହି ହତ୍ୟାକାଣ୍ଡ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଗୋଟିଏ ରୁମ୍‌ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା ଦିନେଶ । ଲିଜା ବଞ୍ଚାଇବାକୁ ଚେଷ୍ଟା କରିଥିଲା, ତେଣୁ ତାହାର ହତ୍ୟା ସମ୍ପୃକ୍ତି ନାହିଁ । ପୂର୍ବରୁ କିଛି ଦିନ ପାଇଁ ଦିନେଶ ଓ ଲିଜା ଲିଭ୍ ଇନ୍ରେ ରହୁଥିଲେ । ଏହାପରେ ଦିନେଶ ତାଙ୍କ ଠାରୁ ଅଲଗା ହୋଇ ଜଗତସିଂହପୁର ଯାଇଥିଲେ । ଘଟଣା ଦିନ ଲିଜା ଦିନେଶଙ୍କ ଫୋନ୍ ନ ଉଠାଇବାରୁ ସନ୍ଦେହ କରିଥିଲେ ।

ଏ ଖବର ବି ପଢନ୍ତୁ:- ​​​​​​​ଦିନେଶ ଗିରଫ ପରେ ପୋଲିସକୁ ମିଳୁଛି ନୂଆ ନୂଆ ତଥ୍ୟ, ହତ୍ୟାରେ ବ୍ୟବହୃତ କାର୍ ଜବତ