ଓମାନ ଅଭିମୁଖେ INSV କୌଣ୍ଡିନ୍ୟ, ଯାତ୍ରା ଶୁଭାରମ୍ଭ କଲେ ରାଜନାଥ ସିଂହ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

NEWS7
aaps-guarantees-for-haryana-polls-free-electricity-rs-1000-aid-for-women

ପୋରବନ୍ଦର ୨୯।୧୨: ଭାରତୀୟ ନୌସେନାର ଅନନ୍ୟ ପୋତ ଆଇଏନଏସଭି କୌଣ୍ଡିନ୍ୟ ସୋମବାର ଓମାନ ଅଭିମୁଖେ ବାହାରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁଜରାଟର ପୋର ବନ୍ଦରରେ ଏହି ନୌକାଯାନକୁ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଛନ୍ତି। ଅନନ୍ୟ କାରିଗରୀ କୌଶଳରେ ତିଆରି ହୋଇଥିବା ଏହି ପାଲଟଣା ଜାହାଜ ଆଇଏନଏସଭି କୌଣ୍ଡିନ୍ୟର ଏହା ପ୍ରଥମ ସମୁଦ୍ର ଯାତ୍ରା।

ଆଇଏନଏସଭି କୌଣ୍ଡିନ୍ୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଭାରତୀୟ ନୌସେନା ସମେତ ଏହାର ଡିଜାଇନର ଓ କାରିଗରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସ ରେ ଲେଖିଛନ୍ତି ଯେ ଏହା ଦେଖି ଖୁସି ଲାଗୁଛି ଆଇଏନଏସ କୌଣ୍ଡିନ୍ୟ ପୋର ବନ୍ଦରରୁ ଓମାନର ମସ୍କଟ ଯାତ୍ରାରେ ବାହାରିଛି।

ପ୍ରାଚୀନ ଭାରତୀୟ ପାଲଟଣା ଜାହାଜ ତିଆରି ଟେକନିକ୍ ରେ ତିଆରି ଏହି ଜାହାଜ ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରାକୁ ପର୍ଦର୍ଶିତ କରୁଛି। ଏଣୁ ମୁଁ ଏହି ଜାହାଜ ତିଆରି କରିଥିବା ଡିଜାଇନର, କାରିଗର, ଜାହାଜ ନିର୍ମାଣକାରୀ ଓ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଉଛି। ଏହା ଛଡା ମୁଁ ଚାଳକ ଦଳଙ୍କୁ ସୁରକ୍ଷିତ ଓ ସ୍ମରଣୀୟ ଯାତ୍ରା ନିମନ୍ତେ ଶୁଭକାମନା ଜଣାଉଛି।

ଉଲ୍ଲେଖଯୋଗ୍ୟ ଯେ ନୌକା ଯାନକୁ ପ୍ରସିଦ୍ଧ ପ୍ରାଚୀନ ଭାରତୀୟ ନାବିକ କୌଣ୍ଡିନ୍ୟଙ୍କ ନାମରେ ନାମିତ କରାଯାଇଛି। ପ୍ରାଚୀନ କାଳରେ କୌଣ୍ଡିନ୍ୟ ଭାରତରୁ ଦକ୍ଷିଣ-ପୂର୍ବ ଏସିୟା ପର୍ଯ୍ୟନ୍ତ ସମୁଦ୍ର ଯାତ୍ରା ନିମନ୍ତେ ଜଣାଯାଉଥିଲେ। ଆଇଏନଏସଭି କୌଣ୍ଡିନ୍ୟକୁ ପାରମ୍ପରିକ ଉପାୟରେ ନିର୍ମାଣ କରାଯାଇଛି। ଏଥିରେ କାଠ ପଟାରେ କଣ୍ଟା ନ ପିଟି ନଡିଆ କତା ତିଆରି ରସିରେ ସିଲେଇ କରାଯାଇଛି। ଏହାକୁ ପ୍ରାକୃତିକ ପଦାର୍ଥରେ ଯୋଡା ଯାଇଛି। କୌଣ୍ଡିନ୍ୟ ପୋତରେ ପ୍ରାଚୀନ ଇତିହାସର ଉଲ୍ଲେଖନୀୟ କାରିଗରୀ ଓ ଆଧୁନିକ ନୌସେନା କୌଶଳର ଏକ ଅନନ୍ୟ ମେଳ ରହିଛି।

ଏହା ସେହି ଜ୍ଞାନ କୌଶଳରେ ତିଆରି ଯାହା ଦ୍ୱାରା ପ୍ରାଚୀନ ସମୟରେ ଭାରତୀୟ ନାବିକ ପଶ୍ଚିମ ଏସିୟା, ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିୟାକୁ ସମୁଦ୍ର ଯାତ୍ରା କରୁଥିଲେ। ଏହାର ନିର୍ମାଣ ଅଜନ୍ତା ଗୁମ୍ଫାରେ ଚିତ୍ରିତ ପଞ୍ଚ ଶତାବ୍ଦୀର ଜାହାଜରୁ ପ୍ରେରଣା ନେଇ ତିଆରି କରାଯାଇଛି। ଏହା ୧୯.୬ ମିଟର ଲମ୍ବା ହୋଇଥିବା ବେଳେ ୬.୫ ମିଟର ଚୌଡା ଓ ୩.୩ ମିଟର ଗଭୀର ରହିଛି।