ମୁହାଁମୁହିଁ ଧକ୍କା ହେଲା କାର୍-ବାଇକ୍, ଗୁରୁତର ଦୁଇ ଆରୋହୀ ମେଡିକାଲରେ ଭର୍ତ୍ତି

NEWS7
aap-claims-raid-on-bhagwant-manns-delhi-residence-police-deny-charge

ସାଲେପୁର ୧୪।୧: କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର । କଟକ ଜିଲ୍ଲା ସାଲେପୁର ଥାନା କେନ୍ଦ୍ରାପଡ଼ା କେନାଲ ରାସ୍ତାର କେନ୍ଦୁପାଟଣା ନିକଟରେ ହୋଇଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସାଲେପୁର ନେମାଳ ଅଞ୍ଚଳର ରବୀନ୍ଦ୍ର ସାହୁ ଏବଂ ଦୁର୍ଗାରାଣୀ ସାହୁ ବାଇକ୍ ଯୋଗେ କେନ୍ଦ୍ରାପଡ଼ା କେନାଲ ରୋଡ଼ରେ ସାଲେପୁର ଆସୁଥିଲେ । ସେହି ସମୟରେ କେନ୍ଦୁପାଟଣା ନିକଟରେ କାର୍ ବାଇକ୍କୁ ଧକ୍କା ହେବାରୁ ରବୀନ୍ଦ୍ର ସାହୁ ଏବଂ ଦୁର୍ଗାରାଣୀ ସାହୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଉଭୟେ ଗୁରୁତର ପ୍ରଥମେ ସାଲେପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ବାଇକ୍ ଓ କାର୍କୁ ଜବତ କରି ତଦନ୍ତ ଚଲାଇଛି ।