ବିଗ୍ବସ୍ ୧୯; ଶୋ’ରେ ବସିରଙ୍କ ଉପରେ ବର୍ଷିଲେ ସଲମାନ, କହିଲେ-ଭୁଲନି ତୁମକୁ ଏତେ ବଡ ପ୍ଲାଟଫର୍ମ ମିଳିଛି...

NEWS7
aam-aadmi-party-is-looking-for-political-land-in-rajasthan-through-punjab

ମୁମ୍ଵାଇ ୦୮।୧୨; ବିଗ୍ ବସ୍ ୧୯ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି। ଶୋ’ ଆରମ୍ଭରୁ ଦମ୍ଦାର ପରଫମାନ୍ସ ଦେଇଥିଲେ , ଏହା ପରେ ଶ୍ରେଷ୍ଠ ପାଞ୍ଚ ଜଣ ପ୍ରତିଯୋଗୀଙ୍କ ଡ୍ୟାନ୍ସ ପରଫମାନ୍ସ ହୋଇଥିଲା। ଶେଷରେ ସଲମାନ ପୂର୍ବ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରିଥିଲେ। ସେହି ସମୟରେ ସଲମାନ୍ ଖାନ ବସିର ଅଲିଙ୍କ ଉପରେ ବର୍ଷିଥିବାର ନଜର ଆସିଥିଲେ । ଶୋ’ରୁ ବାହାର କରାଯିବା ପରେ, ଅଲି ଅନେକ ସାକ୍ଷାତକାରରେ ବିଗ୍ ବସ୍ ନିର୍ମାତାଙ୍କୁ ପକ୍ଷପାତିତା କରୁଥିବାର ଅଭିଯୋଗ କରିଥିଲେ। ସେ ସଲମାନ୍ ଖାନଙ୍କ ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ।

ସଲମାନ୍ କହିଥିଲେ, "ଘରୁ ବାହାରିବା ପରେ ବି ବସିର ଘରେ ହିଁ ଥିଲେ। ସେ ବାହାରେ 'ବିଗ୍ ବସ୍, ବିଗ୍ ବସ୍' ଖେଳୁଥିଲେ। ଏହା ଶୁଣିବା ପରେ ବସିର ଉତ୍ତର ଦେଇଥିଲେ, "ସାର, ଭିତରେ ଖେଳିବାର ସୁଯୋଗ ମିଳିଲା ନାହିଁ।" ଅଭିନେତା ଉତ୍ତର ଦେଇଥିଲେ, "ଆମେ ଆପଣଙ୍କୁ ସୁଯୋଗ ଦେଇଥିଲୁ, କିନ୍ତୁ ଆପଣଙ୍କ ପ୍ରଶଂସକମାନେ ଆପଣଙ୍କୁ ଭୋଟ ଦେଇ ନଥିଲେ।" ଶୋ’ର ନିର୍ମାତାମାନେ ବସିର କରୁଥିବା ଅନେକ କାମ ବିଷୟରେ ଅବଗତ ଥିଲେ, କିନ୍ତୁ ସେମାନେ ସେହି ପ୍ରସଙ୍ଗଗୁଡ଼ିକୁ ପ୍ରକାଶ କରିନଥିଲେ କାରଣ ଏହା ତାଙ୍କ ପ୍ରତିଷ୍ଠାକୁ ପ୍ରଭାବିତ କରିପାରିଥାନ୍ତା।" ସଲମାନ ବସିରଙ୍କୁ ମନେ ପକାଇ ଦେଇଥିଲେ ଯେ ବିଗ୍ ବସ୍ ମୂଳତଃ ତାଙ୍କୁ ଏକ ବଡ଼ ପ୍ଲାଟଫର୍ମ ଏବଂ ଦେଇଥିଲା, ତଥାପି କୃତଜ୍ଞତା ପ୍ରକାଶ କରିବା ପରିବର୍ତ୍ତେ, ବସିର ଘର ବାହାରେ ତାଙ୍କର ରାଗ ଏବଂ ତିକ୍ତତା ପ୍ରକାଶ କରୁଥିଲେ।

ଏହାର ଉତ୍ତରରେ ବସିର କହିଥିଲେ, "ମୁଁ କେବଳ ମୋର ସତ କହିଥିଲି। ସଲମାନ ଆହୁରି କହିଥିଲେ, "ଫୁଟେଜ୍ କିମ୍ବା ଧ୍ୟାନର ଅଭାବ ବିଷୟରେ ଅଭିଯୋଗ ଆଧାରରେ ଶୋ’କୁ ସାର୍ବଜନୀନ ଭାବରେ ବଦନାମ କରାଯାଇପାରିବ ନାହିଁ।" ବସିରଙ୍କୁ ଭବିଷ୍ୟତରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି, କାରଣ କୌଣସି ପ୍ରଡକ୍ସନ ହାଉସ ଏପରି ବ୍ୟକ୍ତିଙ୍କ ସହିତ କାମ କରିବାକୁ ଚାହିଁବ ନାହିଁ ଯିଏ ସ୍ୱୀକୃତି ଦେଇଥିବା ପ୍ଲାଟଫର୍ମକୁ ସମାଲୋଚନା କରେ।