ନୂଆଦିଲ୍ଲୀ ୧୭।୭: ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (ଏଏଆଇବି) ଗୁରୁବାର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯାଞ୍ଚକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟଗୁଡିକୁ ‘ସିଲେକ୍ଟିଭ ଓ ଅନଭେରିଫାଏଡ’ କହି ଖାରଜ କରିଦେଇଛି। ଏହା ଛଡା ଜନତା ଓ ଗଣମାଧ୍ୟମ ଉଭୟଙ୍କୁ ‘ସମୟ ପୂର୍ବର ଖବର’ରୁ ବର୍ତ୍ତିବା ପାଇଁ ଆଗ୍ରହ କରିଛି ଓ କହିଛି ଯାଞ୍ଚ ଜାରି ଥିବାରୁ ଏପରି ଗତିବିଦ୍ଧି ଦାୟିତ୍ୱହୀନ କାର୍ଯ୍ୟ ଅଟେ।
ଏଏଆଇବି କହିଛି ଯେ ‘ଆମ ସଂଜ୍ଞାନକୁ ଆସିଛି ଯେ ଅନ୍ତର୍ଜାତୀୟ ଗଣମାଧ୍ୟମର ଏକ ବର୍ଗ ବାରମ୍ବାର ସିଲେକ୍ଟିଭ ଓ ଅନଭେରିଫାଏଡ ରିପୋର୍ଟିଂ ମାଧ୍ୟମରେ ନିଷ୍କର୍ଷ ବାହାର କରିବାକୁ ଉଦ୍ୟମ କରୁଛନ୍ତି’। ଏପରି ଗତିବିଦ୍ଧି ସମ୍ପୂର୍ଣ୍ଣ ଦାୟିତ୍ୱହୀନତା, ଖାସ କରି ଯେତେବେଳେ ଯାଞ୍ଚ ଜାରି ରହିଛି। ଏଣୁ ଆମେ ଜନତା ଓ ଗଣମାଧ୍ୟମ ଉଭୟଙ୍କୁ ଆଗ୍ରହ କରୁଛୁ ଯେ ସମୟ ପୂର୍ବରୁ ଏପରି ଖବର ପ୍ରସାରଣ କରନ୍ତୁ ନାହିଁ ଯାହାଦ୍ୱାରା ଯାଞ୍ଚ ପ୍ରକ୍ରିୟାର ବିଶ୍ୱସନୀୟତା ପ୍ରଭାବିତ ହେବ।
ଏହି ବୟାନ ଏଏଆଇବି ୱାଲଷ୍ଟ୍ରିଟ ଜର୍ଣ୍ଣାଲ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ପରେ ଦେଇଛନ୍ତି। ଯେଉଁଥିରେ କୁହାଯାଇଥିଲା ‘ହୋଇ ପାରେ କ୍ୟାପ୍ଟେନ ଉଡାଣ କରିବାର କିଛି ସମୟ ପରେ ଇନ୍ଧନ ପ୍ରବାହ ବନ୍ଦ କରି ଦେଇଥାଇ ପାରନ୍ତି’। ରିପୋର୍ଟରେ ବୋଇଂ ୭୮୭ ଡ୍ରିମଲାଇନର ଉଡାଉଥିବା ପାଇଲଟଙ୍କ ଉପରେ ସନ୍ଦେହ ପ୍ରକାଶ କରାଯାଇଛି। ବୁଧବାର ପ୍ରକାଶିତ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଦୁର୍ଘଟଣାର ଯାଞ୍ଚ ଜଣେ ବରିଷ୍ଠ ପାଇଲଟଙ୍କ ଗତିବିଦ୍ଧି ଉପରେ କେନ୍ଦ୍ରିତ ରହିଛି।
ରିପୋର୍ଟରେ ଦାବି କରାଯାଇଛି ଯେ ଗତମାସରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନର ଦୁଇ ପାଇଲଟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଂରୁ ଏହି ସଂକେତ ମିଳୁଛି ଯେ କ୍ୟାପ୍ଟେନ ବିମାନର ଇଞ୍ଜିନକୁ ଇନ୍ଧନ ପ୍ରବାହ ବନ୍ଦ କରିଦେଇଥିଲେ। ପ୍ଲେନରେ ଦୁଇ ଜଣ ପାଇଲଟ କ୍ୟାପ୍ଟେନ ସୁମିତ ସଭରବାଲ ଓ ଫାର୍ଷ୍ଟ ଅଫିସର କ୍ଲାଇଭ କୁନ୍ଦର ଥିଲେ। ସେମାନଙ୍କର ବେଶ୍ ଉଡାଣ ଅଭିଜ୍ଞତା ଥିଲା ଓ ସେମାନେ ଦୀର୍ଘ ଘଣ୍ଟା ବିମାନ ଉଡାଇଛନ୍ତି। ବିମାନ ଦୁର୍ଘଟଣାରେ ଯାଞ୍ଚ ବ୍ୟୁରୋ ପ୍ରାରମ୍ଭିକ ରିପୋର୍ଟରେ ପାଇଲଟଙ୍କ ତ୍ରୁଟିର କୌଣସି ପ୍ରମାଣ ମିଳି ନାହିଁ।