ଭଣ୍ଡାରିପୋଖରୀ ମେଡିକାଲରେ ବିପିଏମ୍‌ଙ୍କୁ ବିରୋଧ, ଧାରଣାରେ ବସିଲେ ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ

NEWS7
a-youtuber-arrested-for-letting-his-girlfriend-in-hypothermia-for-live-streaming

ଭଦ୍ରକ ୨୧।୧୨: ବିପିଏମ୍‌ଙ୍କୁ ବିରୋଧ କରି ଧାରଣା । ବଦଳି ନହେଲେ ଆନ୍ଦୋଳନ ଚେତାବନୀ ଦେଲେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ମେଡ଼ିକାଲ ସମ୍ମୁଖରେ ବିପିଏମ୍‌ ରଶ୍ମିରେଖା ପୃଷ୍ଟିକୁ ବିରୋଧ କରି ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଧାରଣା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ମାସେ ହେବ ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିଲେ ବିପିଏମ୍‌ ରଶ୍ମିରେଖା ପୃଷ୍ଟି । ସେଠାରେ ସ୍ୱାସ୍ଥ୍ୟକର୍ମୀ ମାନେ ସଂପୃକ୍ତ ବିପିଏମ୍‌ଙ୍କୁ ବିରୋଧ କରି କାର୍ଯ୍ୟରେ ଯୋଗ ଦେବାକୁ ଦେଇନଥିଲେ । ପରେ ପୁନଶ୍ଚ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିଲେ ବିପିଏମ୍ । କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ବିରୋଧ କରିଛନ୍ତି ଆଶା କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀ ।  ମେଡିକାଲ ସମ୍ମୁଖରେ ଧାରଣା ଦେଇଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ । ଏହାସହ ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଏବଂ ବିପିଏମ୍‌କୁ ଚାବି ପକାଇ ରଖି ଦେଇଥିଲେ । ଯଦି ତାଙ୍କ ବଦଳିକୁ ରଦ୍ଦ କରାନଯାଏ ତାହାଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟକର୍ମୀ ମାନେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।