Richest Country Without Airport: ୟୁରୋପର ଏହି ଦେଶର ନାହିଁ ନିଜସ୍ୱ ଏୟାରପୋର୍ଟ କିମ୍ବା ମୁଦ୍ରା, ତଥାପି ସବୁଠୁ ଧନୀ

NEWS7
a-youtuber-arrested-for-letting-his-girlfriend-in-hypothermia-for-live-streaming

ନୂଆଦିଲ୍ଲୀ: ୟୁରୋପରେ ଏମିତି ଏକ ଦେଶ ଅଛି, ଯାହା ନିଜର ଅଦ୍ଭୁତ ବିଶେଷତ୍ୱ ଏବଂ ବିପୁଳ ସମ୍ପତ୍ତି ପାଇଁ ସମଗ୍ର ବିଶ୍ୱରେ ପରିଚିତ। ଆକାରରେ ବହୁତ ଛୋଟ ଏବଂ ସୀମିତ ଜନସଂଖ୍ୟା ଥିଲେ ମଧ୍ୟ ଏହି ଦେଶର ନିଜସ୍ୱ କୌଣସି ବିମାନବନ୍ଦର କିମ୍ବା ମୁଦ୍ରା ନାହିଁ। ତଥାପି ଏହା ୟୁରୋପର ସବୁଠାରୁ ଧନୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଗଣାଯାଏ। ଆସନ୍ତୁ ଜାଣିବା ଏହି ରୋଚକ ଦେଶ 'ଲିଚଟେନଷ୍ଟାଇନ୍' ସମ୍ପର୍କରେ କିଛି ଖାସ୍ ତଥ୍ୟ।

ଛୋଟ ଆକାର,କିନ୍ତୁ ବିଶାଳ ଅର୍ଥନୀତି

* ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଧ୍ୟ ୟୁରୋପରେ ଅଷ୍ଟ୍ରିଆ ଏବଂ ସୁଇଜରଲ୍ୟାଣ୍ଡ ମଧ୍ୟରେ ଅବସ୍ଥିତ ଏହି ଦେଶର ମୋଟ କ୍ଷେତ୍ରଫଳ ମାତ୍ର ୧୬୦ ବର୍ଗ କିଲୋମିଟର।

* ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF) ର ତଥ୍ୟ ଅନୁଯାୟୀ, ଏହାର ଜନସଂଖ୍ୟା ମାତ୍ର ୪୦,୦୦୦ ପାଖାପାଖି।

* ଏତେ ଛୋଟ ଦେଶ ହୋଇଥିଲେ ମଧ୍ୟ ଏହା ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ। IMF ର ଆକଳନ ଅନୁଯାୟୀ ୨୦୨୫ ମସିହାରେ ଏହାର ମୁଣ୍ଡପିଛା ଜିଡିପି ପ୍ରାୟ ୨,୦୧,୧୧୦ ଡଲାର ରହିଛି।

ନା ଅଛି ଏୟାରପୋର୍ଟ,ନା ନିଜସ୍ୱ ମୁଦ୍ରା

ଏହି ଦେଶର ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହାର କୌଣସି ଅଫିସିଆଲ୍ ବିମାନବନ୍ଦର ନାହିଁ। ଯଦି କେହି ଏଠାକୁ ଯାତ୍ରା କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ ସୁଇଜରଲ୍ୟାଣ୍ଡ କିମ୍ବା ଅଷ୍ଟ୍ରିଆରେ ବିମାନ ଯୋଗେ ପହଞ୍ଚିବାକୁ ପଡ଼ିବ ଏବଂ ସେଠାରୁ ସଡ଼କପଥରେ ଲିଚଟେନଷ୍ଟାଇନ୍ ଯିବାକୁ ପଡିବ। ସେହିପରି ଏହି ଦେଶର ନିଜସ୍ୱ କୌଣସି କରେନ୍ସି ବା ମୁଦ୍ରା ନାହିଁ। ଦୈନନ୍ଦିନ କାରବାର ପାଇଁ ଏଠାରେ ସୁଇସ୍ ଫ୍ରାଙ୍କ୍ ବ୍ୟବହାର କରାଯାଏ।

କିପରି ଚାଲେ ସରକାର?

ଅଧିକାଂଶ ଆଧୁନିକ ଦେଶ ତୁଳନାରେ ଏଠାରେ ଶାସନ ବ୍ୟବସ୍ଥା ଟିକେ ଭିନ୍ନ। IMFର ରିପୋର୍ଟ ଅନୁଯାୟୀ, ଲିଚଟେନଷ୍ଟାଇନ୍ର ସରକାର ମାତ୍ର ପାଞ୍ଚ ଜଣିଆ କ୍ୟାବିନେଟ୍ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୁଏ। ଏହି କ୍ୟାବିନେଟ୍କୁ ଦେଶର ସଂସଦ ମନୋନୀତ କରିଥାଏ ଏବଂ ଦେଶର ରାଜକୁମାର ଏମାନଙ୍କୁ ଚାରି ବର୍ଷିଆ କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦେଇଥାନ୍ତି।ଏହା ଆଧୁନିକ ରାଷ୍ଟ୍ରଗୁଡ଼ିକ ଠାରୁ ଭିନ୍ନ ହୋଇଥିଲେ ସୁଦ୍ଧା ଏହି ଦେଶର ସୁନ୍ଦର ପରିଚାଳନା ଏବଂ ସମୃଦ୍ଧି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି।