ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 11, 2025 IST

NEWS UPDATE

ପୁରୁଷୋତ୍ତମପୁର ୧୧ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମରେ ଯୁବକଙ୍କୁ ଆକ୍ରମଣ । ଖଣ୍ଡାରେ ହାଣି ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମର ରୁଦ୍ର ପ୍ରସାଦ ସେଠୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଧୋବାସାହି ନିକଟରେ ବସିଥିଲେ । ସେହି ସମୟରେ ୪ରୁ ୫ଜଣ ଯୁବକ ଆସି ରୁଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣ କରି ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ରୁଦ୍ରଙ୍କୁ ଉଦ୍ଧାର କରି ପ୍ରଥମେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ରୁଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଏମିତି ବି ଆସେ ମୃତ୍ୟୁ ! ସାବିତ୍ରୀ ପାଇଁ ଆସିଥିଲେ ଘରକୁ, ରାସ୍ତାରେ ଟଳିପଡ଼ିଲେ ଯବାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.