LIVE TV

୩୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଭାରତକୁ ଧମକ ଦେଇଥିଲେ ଟ୍ରମ୍ପ, ଉତ୍ତେଜନା ବନ୍ଦ ନହୋଇଥିଲେ ବାଣିଜ୍ୟ ଚୁକ୍ତିରୁ ଓହରିଥାନ୍ତା ଓ୍ୱାଂଶିଟନ

NEWS7
a-young-girl-missing-in-eb-river

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥାନ୍ତା ପରମାଣୁ ଯୁଦ୍ଧ। ଏଭଳି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ଯୁଦ୍ଧକୁ କିପରି ରୋକାଗଲା, ତାହାବି କହିଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଦାବି ଅନୁସାରେ ମେ ମାସରେ ସାମରିକ ମୁହାଁମୁହିଁ ସମୟରେ ଦୁଇ ପଡ଼ୋଶୀ ପରମାଣୁ ଯୁଦ୍ଧର ଦ୍ୱାରରେ ଥିଲେ। ଏଥିପାଇଁ ଭାରୀ ଶୁଳ୍କ ଲଗାଇବାକୁ ଧମକ ଦେଇ ଯୁଦ୍ଧକୁ କୁଆଡେ ରୋକିଥିଲେ ଟ୍ରମ୍ପ। ସେ 350% ଶୁଳ୍କ ଲଗାଇବାକୁ ସେ ଧମକ ଦେଇଥିଲେ। ପୂର୍ବରୁ ବି ଅନେକଥର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ରୋକିବାର ଶ୍ରେୟ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। କିନ୍ତୁ ପ୍ରଥମ ଥର ପାଇଁ ସେ ୩୫୦% ଶୁଳ୍କ ଲଗାଇବାକୁ ଧମକ ଦେଇଥିବା ଦାବି କରିଛନ୍ତି।

ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ ସେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୮୮ ଘଣ୍ଟାର ଯୁଦ୍ଧ ସମୟରେ ହୋଇଥିବା ଆର୍ଥିକ କ୍ଷତି ବିଷୟରେ ନୂଆଦିଲ୍ଲୀ ଏବଂ ଇସଲାମାବାଦକୁ ଚେତାବନୀ ଦେଇଥିଲେ। ସେ କହିଥିଲେ, "ଭାରତ ଏବଂ ପାକିସ୍ତାନ, ସେମାନେ ପରମାଣୁ ଅସ୍ତ୍ର ସହିତ ବାହାରିବାକୁ ଯାଉଥିଲେ। ସେହି ସମୟରେ ମୁଁ ପ୍ରତ୍ୟେକ ଦେଶ ଉପରେ ୩୫୦% ଶୁଳ୍କ ଲାଗୁ କରିବାକୁ କହିଥିଲି। ଆଉ ଆମେରିକା ସହିତ କୌଣସି ବାଣିଜ୍ୟ ହେବ ନାହିଁ ବୋଲି ଧମକ ଦେଇଥିଲି।

ଟ୍ରମ୍ପ୍ ଦାବି କରିଛନ୍ତି ଯେ ଉଭୟ ପକ୍ଷ ତାଙ୍କୁ ଏହା ନକରିବାକୁ ଅନୁରୋଧ କରିଥିଲେ। ତା'ପରେ ଟ୍ରମ୍ପ୍ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କଟାକ୍ଷ କରି କହିଥିଲେ, "ଅନ୍ୟ କୌଣସି ରାଷ୍ଟ୍ରପତି ଏପରି କରିବେ ନାହିଁ। ଜୋ ବାଇଡେନ ଜାଣିପାରିବେ ନାହିଁ ଯେ ଆମେ କେଉଁ ଦେଶ ବିଷୟରେ କଥା ହେଉଛୁ। ତାଙ୍କର କୌଣସି ଧାରଣା ନଥାନ୍ତା, ଏବଂ ସମଗ୍ର ବିଶ୍ୱ ନର୍କ ହୋଇଥାନ୍ତା।  ଟ୍ରମ୍ପ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ  ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ। ଇଜିପ୍ଟରେ ଅନୁଷ୍ଠିତ ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଞ୍ଚରୁ ଟ୍ରମ୍ପଙ୍କୁ ପ୍ରଶଂସା କରିଥିଲେ।