Odisha Assembly : ବଢିପାରେ ବିଧାନସଭା ସିଟ୍‌ ସଂଖ୍ୟା, ଏକାସାଙ୍ଗେ ବସିପାରିବେ ୩୦୦ ସଦସ୍ୟ

NEWS7
a-tourist-was-swinging-on-a-zipline-people-were-dying-from-bullets-below-the-scariest-video-of-the-pahalgam-terror-attack--

ଭୁବନେଶ୍ୱର ୧୨।୦୧ : ବଢିପାରେ ବିଧାନସଭା ସିଟ୍ ସଂଖ୍ୟା । ଓଡ଼ିଶା ବିଧାନସଭାର ସିଟ୍ ସଂଖ୍ୟା ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗକୁ ବିଧାନସଭା ସିଟ୍ ସଂଖ୍ୟାରେ ଆଉ ୫୦ ଆସନ ବୃଦ୍ଧି କରାଯାଇପାରେ । ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ୧୪୭ ସିଟ୍ ରହିଛି । ଯଦି ସିଟ୍ ସଂଖ୍ୟା ବଢୁଛି । ତେବେ ଏହା ଆଗକୁ ୨୦୦ ପାଖାପାଖି ହୋଇପାରେ ।ଏହାକୁ ଲକ୍ଷ୍ୟରେ ରଖି ୩୦୦ ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି । ଯାହାର ଆଜି ଡିଜାଇନ ପ୍ରସ୍ତୁତ କରାଯାଇଛି ।

ସେହିପରି ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଓ ନୂଆ ବିଧାନସଭା ସୌଧ ନିର୍ମାଣ କରାଯିବ । ନୂତନ ବିଧାନସଭା ବସି ପାରିବେ ପ୍ରାୟ ୩୦୦ ସଦସ୍ୟ, ଅର୍ଥାତ ବର୍ତ୍ତମାନର କ୍ଷମତାଠାରୁ ଆହୁରି ୨ ଗୁଣା ହେବ। ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି। ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ ବ୍ୟବସ୍ଥା କରାଯାଇଛି। ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।