ପିଲାଟି ଦିନରୁ ତାକୁ କୋଳେଇ କାଖେଇ ମଣିଷ କଲେ, ଏବେ ପୁଅ ବିଶ୍ୱାସରେ ବିଷ ଦେଇ ମାରିଛି ଚମ୍ପଟ୍

Published By : Prameya-News7 Bureau | June 06, 2025 IST

ନୀଳଗିରି : ଗୁମରି କାନ୍ଦୁଛି ବାପା.... ନିଜକୁ ଧିକାର କରୁଛି , ପସ୍ତଉଛି ବି। ପୁଣି ନିଜକୁ  ପ୍ରଶ୍ନ କରୁଛି। ମୋ ସ୍ନେହ-ଶ୍ରଦ୍ଧା-ଭଲ ପାଇବାରେ କେଉଁଠି ଭୁଲ ରହିଗଲା। ପାଳି ପୋଷି ବଡ଼ କରିବାରେ କଣ ରହିଲା ତ୍ରୁଟି। 3 ବର୍ଷରୁ ଆଜି ଯାଏଁ  କୋଉଥିରେ କିଛି ଅବହଳା କରି ନଥିଲି।କିନ୍ତୁ  ଆଜି  ମୁଣ୍ଡକୁ ହାତ ପାଇଗଲା ବୋଲି ମୋତେ ସର୍ବସ୍ୱାନ୍ତ କରି ଚାଲିଗଲା।  ହେ ବଗବାନ... ଏମିତି ପୁଅକୁ କଣ କହିବି...ଏମିତି କହି କହି ଭେଁ ଭେଁ କାନ୍ଦୁଛି ବାପ। ଆଖିର ଲୁହ ବନ୍ଦ୍ ହେଉନି। କାରଣ ଯେଉଁ ପୁଅ ବଡ଼ ହେବା ପରେ ବାପାର ସାହାର ସାଜିଥାନ୍ତା ... ସେ ଆଜିତାକୁ ପର କରି ଚାଲିଯାଇଛି। ଏଠି ସମ୍ପର୍କ ବଦଳିଯାଇଛି ସଇତାନର ଭୂମିକାକୁ। ବାପା ସହ ବିଶ୍ବାସଘାତକତା କରଛି ପୁଅ।ଆଉ ଏବେ କାନ୍ଦୁଛି ବାପା ଆଖିରୁ ଧାର ଧାର ହୋଇ ବୋହିଯାଉଛି ଲୁହ ।  ହେଉଛନ୍ତି ନୀଳଗିରି ଥାନା ମଛୁଆ ଗ୍ରାମର ପଞ୍ଚାନନ ଦାସ।ବୟସ ୭୦ନିଜର ସନ୍ତାନ ସନ୍ତତିନଥିବାରୁ ବୁଢା ବୟସରେ କିଏ ସାହା ହେବଏହା ଭାବି  ବର୍ଷ ବୟସରେ ଜଣେ ଶିଶୁପୁତ୍ରକୁ ମୟୁରଭଞ୍ଜର ଜଣେ ଦମ୍ପତିଙ୍କଠାରୁ ଆଣି ନିଜ ପୁଅଭାବେ ପାଳି ଥିଲେ। ପୋଷ୍ୟ ସନ୍ତାନର ନାଁ ଦେଇଥିଲେ ଅଜିତ କୁମାର ଦାସ। କୋଳେଇ କାଖେଇ ପୁଅକୁ ବଡ କଲେ।ପୁଅର ୩୧ବର୍ଷ ପର୍ଯ୍ୟନ୍ତ ସବୁ ଆବଶ୍ୟକତା ପୂରଣ କଲେ।


ପୁଅକୁ ଏତେ ବିଶ୍ଵାସ କରିଥିଲେଯେ ନିଜ ଉପାର୍ଜିତ ଟଙ୍କାରେ ପୁଅ ନାବାଳକ ଥିବା ସମୟରେ ତାନାଁରେ ଜମି ମଧ୍ୟ କିଣିଥିଲେ।ହେଲେ ସେହି ପୁଅ ଆଜି ସମ୍ପର୍କ ଭୁଲି ଯାଇଛି। ଆଉ ବିଶ୍ଵାସରେ ବିଷ ଦେଇଛି। ନିଜ ନାମରେ ଥିବା ସମସ୍ତ ଜମି ବିକି ଦେଇଛି  ଟଙ୍କା ନେଇ ଫେରାର ହୋଇଯାଇଛି। ଏବେ କାନ୍ଦୁଛି ସେହି ହତଭାଗା ବାପା।ନ୍ୟାୟ ପାଇଁ  ଅଫିସରୁ ସେ ଅଫିସ ଦଉଡିଛନ୍ତି ପଞ୍ଚାନନ୍। ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟି  ବାବଦରେ ଜଣାଇଛନ୍ତି।ଆଜି ପୁଣି ଡହ ଡହ ଖରାରେ ସାଇକେଲରେ ୪୦ କିଲୋମିଟର ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତିଜିଲ୍ଲାପାଳଙ୍କୁ ଭେଟିବା ପାଇଁ। ସମ୍ପର୍କରେ ଲାଗିଛି ଦାଗ।ସମାଜରେ ଚଳିବା ପାଇଁ ଯେଉଁ ବିଶ୍ଵାସ ଭାଇଭାଇ ଉପରେ କରେବାପା ପୁଅ ଉପରେ କରେ ସେ ବିଶ୍ଵାସ ଆଉ ନାହିଁ।ଏଠି ପୁଅ ବାପାକୁ ଠକି ଦେଇଛି। ଲୋକେ ଆଉ କାହାକୁ ବିଶ୍ୱାସ କରିବେ। ଏଇ ବୃଦ୍ଧ ବାପାଙ୍କ କ୍ଷେତ୍ରରେ ହୋଇଛି ବିଶ୍ଵାସ ଘାତକତା ।ଆଇନ ଦରବାରରେ ସେ ନ୍ୟାୟ ପାଇବେ ହେଲେ  ସେତିକିଦିନ ପର୍ଯ୍ୟନ୍ତ ମାନସିକଭାବେ ସଶକ୍ତ ହୋଇ ତାଙ୍କୁ ପରିଚାଳନା କରିବାକୁ   

ପଡିବ, ବୋଲି କହିଛନ୍ତି ଜଣେ ଆଇନଜୀବି ତଥା ସମାଜସେବୀ। ମନରେ କୋହ  ଆଖିରେ ଲୁହ।ପରିଣତ ବୟସରେ ପୁଅଠାରୁ ଧୋକା ଖାଇବା ପରେ ଶକ୍ତ ମାନସିକ ଆଘାତରେ ଭାବେ ଭାଙ୍ଗି ପଡିଛି ବିଚରା ବାପା। ନ୍ୟାୟ ପାଇଁ କରୁଛନ୍ତି ସଂଘର୍ଷ  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.