ଚଳିତ ବର୍ଷ ପଞ୍ଜୀକରଣ କଲେ ରେକର୍ଡ ସଂଖ୍ୟକ ୧୯ ଲକ୍ଷ ୬୭ ହଜାର ଚାଷୀ

Published By : Prameya-News7 Bureau | August 26, 2025 IST

ଭୁବନେଶ୍ବର ୨୬।୮: ଶେଷ ହେଲା ଖରିଫ ଧାନ ପଞ୍ଜୀକରଣ । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି ।୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିଲେ । ତେବେ ଜୁଲାଇ ୧୯ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୫ ତାରିଖରେ ଏହା ଶେଷ ହୋଇଛି । ନଭେମ୍ବର ପହିଲାରୁ ଧାନ କିଣା ଆରମ୍ଭ ହେବ ।

ସୋମବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ, ଚାଷୀ ପଞ୍ଜୀକରଣରେ ଓଡ଼ିଶା କଲା ସର୍ବକାଳୀନ ରେକର୍ଡ଼ । ସୋମବାର ସୁଦ୍ଧା ୧୮ ଲକ୍ଷ ୫୦ ହଜାର ୯୮୩ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ସୋମବାର ଥିବା ଚାଷୀ ପଞ୍ଜୀକରଣର ଶେଷ ଦିନ । ସେହିଭଳି ମନ୍ତ୍ରୀ ଆହୁରି କହିଥିଲେ ଯେ, ମିଡିଲ ମ୍ୟାନ ଫାଇଦା ନ ନେବାକୁ e-kyc ଲାଗୁ କଲୁ । କିନ୍ତୁ ପରେ କିଛି ସମସ୍ୟା ଉପୁଜିବାରୁ ସେଲ୍ଫ ଡିକ୍ଲାରେସନ ବ୍ୟବସ୍ଥା କଲୁ । ଯେଉଁଥି ପାଇଁ ଚାଷୀ ଅଧିକ ପଞ୍ଜୀକରଣ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।

You Can Read:

ଯେଉଁମାନଙ୍କ ସେବାରେ ନିଯୁକ୍ତି ପାଇଛ ସେମାନଙ୍କ ସେବା ପାଇଁ କାମ କର, ହଇରାଣ କରିବାକୁ ଆନ୍ଦୋଳନ କରିବା ଠିକ୍ ନୁହେଁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.