LIVE TV
LIVE TV

ANMଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଭାବେ ଏମ୍ସ ସ୍ଥାନାନ୍ତର

NEWS7
a-r-rehman-took-lunch-with-cm-naveen-and-also-took-selfie-with-cm

ଜି.ଉଦୟଗିରି ୨୭।୧୧ : ଦାରିଙ୍ଗିବାଡ଼ି ବ୍ଲକ୍ ସୋନପୁର ANMଙ୍କୁ ଆକ୍ରମଣ । ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ବୁଧବାର ରାତିରେ ANM ବୁଲି ଦେଇ ସାହୁଙ୍କ ଘର ପାଖରେ ଜଣେ ଯୁବକ ଲୁଚି ରହିଥିଲା। ରାତିରେ ବୁଲିଦେଇ ଘର ଗେଟ୍ ବନ୍ଦ କରିବା ପାଇଁ ଆସିବା ବେଳେ ସେ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ଦାରିଙ୍ଗିବାଡ଼ି ମେଡିକାଲ ଅଣା ଯାଇଥିଲା,ସେଠାରୁ ଭୁବନେଶ୍ୱର ଏମ୍ସ ମେଡିକାଲ ଆଣି ଭର୍ତ୍ତି କରାଯାଇଅଛି। ଦାରିଙ୍ଗବାଡି ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଘରେ ସ୍ବାମୀ ଅନୁପସ୍ଥିତ ଥିବା ବେଳେ ଯୁବକ ଜଣର ଆକ୍ରମଣ କରିଥିଲା। CCTVଫୁଟେଜ୍ କୁ ଆଧାର କରି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।