ନୀଳ ଡ୍ରମ୍‌ ଭିତରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ , ପତ୍ନୀ –ପିଲା ଗାଏବ ; ଘଟଣାକୁ ନେଇ ପୁଲିସର ତନାଘନା

Published By : Prameya-News7 Bureau | August 17, 2025 IST

ଖୈରଥଲ (ରାଜସ୍ଥାନ) –ଗୋଟିଏ ବିଲ୍ଡିର ଛାତରେ ଥିବା ଏକ ନୀଳ ରଙ୍ଗର ଡ୍ରମ୍‌ ଭିତରୁ ମିଳିଛି ଏକ ଗଳିତ ମୃତଦେହ। ଏଥିରୁ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକ ଜାଣି ପାରିଥିଲେ। ଘଟଣାଟି ରାଜସ୍ଥାନର ଖୈରଥଲ ଜିଲ୍ଲାର କିଶନଗଡବାସ ସହରରେ ଘଟିଛି। ଉକ୍ତ ହୃଦୟ ଥରା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। 

କୋଠାର ଛାତରେ ନୀଳ ଡ୍ରମ୍‌ରେ ମୃତଦେହ ମିଳିବା ଦ୍ୱାରା ସହରରେ ଆତଙ୍କ ଖେଳି ଯାଇଛି। ମାମଲାର ସୂଚନା ପାଇବା କ୍ଷଣି ପୁଲିସର ଉଚ୍ଚ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସମଗ୍ର ମାମଲା ବିଷୟରେ ସୂଚନା ସଂଗ୍ରହ କରିଛନ୍ତି। ଏହାସହ ନୀଳ ଡ୍ରମ୍‌ରେ ମୃତଦେହ ମିଳିବାର ସୂଚନା ନିଆଁଭଳି ପୂରା ଅଞ୍ଚଳରେ ବ୍ୟାପି ଯାଇଛି। ସୂଚନା ମୁତାବିକ, ମାମଲା ବିଷୟରେ ସେହି ସମୟରେ ଜଣାପଡ଼ିଲା ,ଯେତେବେଳେ ଛାତ ଉପରକୁ ଯାଇଥିବା ମହିଳାଙ୍କୁ ହଠାତ୍‌ ଦୁର୍ଗନ୍ଧ ହୋଇଥିଲା ଏବଂ ଏହାପରେ ସେ ପୁଲିସକୁ ଏହି କଥାର ସୂଚନା ଦେଇଥିଲେ। 

ଘର ମାଲିକ ବୃଦ୍ଧା ମହିଳା ମିଥଲେସ୍‌ କହିଛନ୍ତି ଯେ, ରବିବାର ସନ୍ଧ୍ୟା ସମୟ ପାଖାପାଖି ୪ଟାରେ ସେ ଘରର ଛାତ ଉପରକୁ ଯାଇଥିଲେ , ସେତେବେଳେ ତାଙ୍କୁ ଦୁର୍ଗନ୍ଧ ଆସିଥିଲା। ପାଖରେ ଥିବା ଡ୍ରମର ପାଖକୁ ଯେତେବେଳେ ଖୁବ୍‌ ଜୋରରେ ଦୁର୍ଗନ୍ଧ ହେଲା। ବୃଦ୍ଧା ମହିଳା ଜଣଙ୍କ କହିଛନ୍ତି ଯେ,ସେ ତଳକୁ ଆସି  ନିଜର ନାତିକୁ ୧୦୦ ନମ୍ୱରରେ ଫୋନ୍‌ କରିବାକୁ କହିଲେ ଏବଂ ସମସ୍ତ ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଯାଞ୍ଚ ଚଳାଇଛି। ବୃଦ୍ଧା ମହିଳା କହିଛନ୍ତି ଯେ, ମୃତକ ନିଜର ପରିବାର ସହ ଦେଢ ମାସ ପୂର୍ବରୁ ଭଡ଼ାରେ ରହୁଥିଲେ ଏବଂ ମୃତକଙ୍କ ସ୍ତ୍ରୀ ଓ ପିଲାମାନେ ଦୁଇ ଦିନ ହେଲା ଏଠାରେ ନାହାନ୍ତି।

କିଶନଗଡବାସ ଡିଏସପି ରାଜେନ୍ଦ୍ର ସିଂହ କହିଛନ୍ତି ଯେ, କିଶନଗଡବାସ ସହରରେ ଆଦର୍ଶ କଲୋନୀକୁ ରବିବାର ସମୟ ସନ୍ଧ୍ୟା ୪ଟା ପାଖାପାଖି ହେବ କଣ୍ଟ୍ରୋଲ ରୁମ୍‌କୁ କଲ ଆସିଲା ଯେ, କୋଠାର ଛାତର ରଖାଯାଇ ଥିବା ଡ୍ରମ୍‌ରେ ଏକ ମୃତଦେହ ଅଛି , ଯେଉଁଥିରୁ ଦୁର୍ଗନ୍ଧ ଆସୁଛି। ଘଟଣା ସ୍ଥଳକୁ ପୁଲିସ ଟିମ୍‌ ପଠାଯାଇଛି। ଡ୍ରମ୍ ଭିତରେ ରଖାଯାଇ ଥିବା ପୋଷାକକୁ ହଟାଇବାକୁ ଏଥିରେ ମୃତଦେହ ମିଳିଥିଲା।   

ଘଟଣା ସ୍ଥଳକୁ ଏସଏସଏଲର ଟିମ୍‌କୁ ଡ଼କା ଯାଇଥିଲା। ଏହାସହ ଘର ମାଲିକ ଓ ପରିବାର ଲୋକଙ୍କ ଠାରୁ ଭଡ଼ାରେ ରହିଥିବା ପରିବାର ବିଷୟରେ ସୂଚନା ନିଆଯାଇଛି। ଜଣାପଡ଼ିଲା ଯେ, ମୃତକ ହଂସରାଜ ଉତ୍ତର ପ୍ରଦେଶର ବାସିନ୍ଦା , ଯିଏ ଇଟା ଭାଟିରେ କାମ କରୁଥିଲେ। ମୃତକଙ୍କ ପତ୍ନୀ ଓ ତିନି ଜଣ ପିଲା ଗାଏବ ଅଛନ୍ତି। ଏହାକୁ ନେଇ ଏବେ ସହରରେ ଲାଗି ଥିବା ସିସିଟିଭି କ୍ୟାମେରା ଚେକ୍‌ କରାଯାଉଛି। ଯୁବକଙ୍କର ହତ୍ୟା ପରେ ଅଭିଯୁକ୍ତ କେଉଁଠି ଫେରାର ହୋଇ ଯାଇଛି ଏବଂ କିଏ କିଏ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି , ଏହା ବିଷୟରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.