ଲାଇନ କଟିଯିବାରୁ ଶତାଧିକ ଫୁଟ ଉପରେ ଫଶିରହିଛନ୍ତି ୧୭ ଜଣ, ଉଦ୍ଧାର ଅପରେସନ ଜାରୀ

Published By : Prameya-News7 Bureau | August 10, 2025 IST

ହଂକଂ ୧୦।୮: ହଂକଂ ଓସନ ପାର୍କରେ ବଡ଼ ଅଘଟଣା ଘଟିଛି। ରାଇଡ ଖରାପ ହେବା ଯୋଗୁ ୧୭ ଜଣ ଲୋକ ଶତାଧିକ ଫୁଟ ଉଚ୍ଚରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାର୍କର ଟେକ୍ନିକାଲ ଷ୍ଟାଫ ଓ ଲାଇଫ ସେଭିଂ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ପାର୍କରେ ଘଟିଥିବା ଅଘଟଣ ନେଇ ପୋଲିସକୁ ସୂଚନା ମିଳିବା ମାତ୍ରେ ପ୍ରଶାସନର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଫୋନ କରିଥିବା ବ୍ୟକ୍ତିଙ୍କ ଅନୁସାରେ ପାର୍କରେ ଲାଗିଥିବା ଏକ ଝୁଲାର ମେକାନିକାଲ ରାଇଡ ଅଚାନକ ବନ୍ଦ ହୋଇଯାଇଛି। ଫଳରେ ଏଥିରେ ଥିବା ଲୋକେ ବେଶ ଉଚ୍ଚତାରେ ଅଟକି ରହିଛନ୍ତି। 

ଏହା ଏକ ୱାଇଲ୍ଡ ଟ୍ୱିଷ୍ଟର ରାଇଡ, ଯାହା ଦୃତ ବେଗରେ ଘୁରି ଥାଏ ଓ ପାର୍କକୁ ଆସୁଥିବା ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଏହି ଝୁଲାରେ ଝୁଲିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳେନି। ଭୋଙ୍ଗ ଚୁକ୍ ହ୍ୟାଙ୍ଗସ୍ଥିତ ଥିମ ପାର୍କ କର୍ମଚାରୀ ଏସଓପି ମାଧ୍ୟମରେ ଫଶି ରହିଥିବା ଯାତ୍ରୀଙ୍କୁ ଉପରୁ ଓହ୍ଲାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ଯଦି ଏଥିରେ ଆବଶ୍ୟକତା ପଡେ ସେଠାରେ ସହାୟତା ପାଇଁ ଅଗ୍ନିସମ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ଥିବା ବେଳେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି । 

ଏଥିରେ ରେସ୍କ୍ୟୁ ଟିମ୍ ରାଇଡରୁ ଜଣକୁ ଓହ୍ଲାଇଥିବା ବେଳେ ଅନ୍ୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୱାଇଲ୍ଡ ଟ୍ୱିଷ୍ଟରର ଅଲଗା ଅଲଗା ସିଟ୍ ରେ ବସିଥିବା ଲୋକେ ସାଧାରଣ ଗୁରୁତ୍ୱାକର୍ଷଣରୁ ୪ ଗୁଣା ଅଧିକ ଫୋର୍ସ ଅନୁଭବ କରିବା ସହ ଝୁଲାରେ ଝୁଲି ଘୁରି ଥାନ୍ତି। ତେବେ ରାତି ସୁଦ୍ଧା ଝୁଲାରୁ ସବୁ ଲୋକଙ୍କୁ ଓହ୍ଲାଇ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.