ଆମେରିକାରୁ ଆସିଲା ଭଲ ଖବର , ଭାରତର ଡିଫେନ୍ସ ସେୟାର ପାଲଟିଲା ରକେଟ୍, କିଣିବାକୁ ଲମ୍ୱା ଲାଇନ୍

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ : ‘ ଅପରେସନ ସିନ୍ଦୂର’ ପରେ ଡିଫେନ୍ସ କମ୍ପାନୀର ସେୟାର ଲଗାତାର ଫୋକସରେ । ଆଜି ଗୁରୁବାର , ୫ଜୁନରେ ପୁଣି ଥରେ ଡିଫେନ୍ସ ସେକ୍ଟରର ସେୟାରରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି। ଡିଫେନ୍ସ କମ୍ପାନୀ କୋଚିନ ଶିପୟାର୍ଡର ସେୟାରରେ ୧୩ ପ୍ରତିଶତ ଯାଏ ବୃଦ୍ଧି ରେକର୍ଡ କରାଯାଇଛି। କମ୍ପାନୀର ସେୟାରରେ ଲଗାତାର ୩ୟ ଦିନ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୩ଟି ବାଣିଜ୍ୟ ଅଧିବେଶନରେ ଏହି ସେୟାରରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। କୋଚିନ ଶିପୟାର୍ଡ ବ୍ୟତୀତ , ଆଜି ଡାଟା ପାଟର୍ନ , ହିନ୍ଦୁସ୍ତାନ ଏୟରୋନଟିକ୍ସ , ମିଧାନୀ ଭଳି ଡିଫେନ୍ସ ସହ ଜଡ଼ିତ ଅନ୍ୟ କମ୍ପାନୀ ଗୁଡ଼ିକର ସେୟାରରେ ମଧ୍ୟ ୩ ପ୍ରତିଶତରୁ ୬ ପ୍ରତିଶତ ଯାଏ ଭଲ ବୃଦ୍ଧି ଦେଖିବାକୁ ମିଳିଛି।

ଡିଫେନ୍ସ ସେକ୍ଟରରେ ବୃଦ୍ଧି ପଛରେ ଆମେରିକା ସହ ସମ୍ୱନ୍ଧିତ ଏକ ଖବର ଆସିଛି। ଆମେରିକୀୟ ଡିଫେନ୍ସ ସେକ୍ରେଟାରୀ ପିଟ୍‌ ହେଗସେଥ୍‌ଙ୍କ ଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଟୋ ସଦସ୍ୟଙ୍କ ପ୍ରତି ନିଜର ପ୍ରତିରକ୍ଷା ଖର୍ଚ୍ଚରେ ଜବରଦସ୍ତ ବୃଦ୍ଧି କରିବାର ଦାବିକୁ ଆଉଥରେ ଉଠାଇଛନ୍ତି। ହେଗ୍‌ରେ ଆଗାମୀ ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ଭାଷଣ ଦେଇ ହେଗସେଥ କହିଛନ୍ତି ସହଯୋଗୀମାନେ ଟ୍ରମ୍ପଙ୍କ ପୂର୍ବ ଦାବିକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ ଯେ, ପ୍ରତ୍ୟେକ ସଦସ୍ୟ ପ୍ରତିରକ୍ଷା ଉପରେ ଜିଡିପିର ୫ପ୍ରତିଶତ ବିନିଯୋଗ କରିବା ଉଚିତ୍ , ଯାହା ବର୍ତ୍ତମାନର ନାଟୋ ନିର୍ଦ୍ଦେଶାବଳୀ ୨ ପ୍ରତିଶତର ଦୁଇଗୁଣା।

ଆପଣଙ୍କୁ କହି ରଖୁଛୁ କି ,ଟ୍ରମ୍ପ ପୂର୍ବରୁ ନାଟୋ ସହଯୋଗୀଙ୍କର ନିଜର ଆର୍ଥିକ ପ୍ରତିଶ୍ରୁତି ଗୁଡ଼ିକୁ ପୂରା ନକରିବା ପାଇଁ ସମାଲୋଚନା କରି ଥିଲେ ଏବଂ କହିଥିଲେ ଯେ, ବୈଶ୍ୱିକ ବିପଦର ବିକଶିତ ଅବସ୍ଥାକୁ ଦେଖି ୨ ପ୍ରତିଶତର ଲକ୍ଷ୍ୟ ଅପର୍ଯ୍ୟାପ୍ତ। ଜବାବରେ , ନାଟୋ ମହାସଚିବ ମାର୍କ ରୁଟ୍‌ ସ୍ପଷ୍ଟ କରିଥିଲେ ଯେ ,ଗଠବନ୍ଧନ ପୂର୍ବରୁ ହିଁ ନିଜର ଖର୍ଚ୍ଚ ଲକ୍ଷ୍ୟରେ ପର୍ଯ୍ୟାପ୍ତ ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.