ସାରଜା ୧୮।୧୦: ୟୁଏଇରେ ଖେଳାଯାଉଥିବା ମହିଳା ଟି-୨୦ ୱାର୍ଲଡ କପ ୨୦୨୪ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଏକ ଦୁର୍ଘଟଣା ଘଟିଛି। ଫିଲ୍ଡିଂ କରୁଥିବା ଖେଳାଳିଙ୍କ ମୁଣ୍ଡରେ ବଲ ଜୋରରେ ଲାଗିଛି। ଫଳରେ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ସାରଜାରେ ଖେଳା ଯାଉଥିବା ଏହି ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ କ୍ୱିୱି ଟିମ୍ ପ୍ରଥମେ ବ୍ୟାଟିଂ କରୁଥିଲେ।
ବ୍ୟାଟିଂ ବେଳେ ବ୍ୟାଟସମ୍ୟାନ ଏକ ଜୋରଦାର ସଟ୍ ଲଗାଇଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ଖେଳାଳି ଶିନେଲ ହେନରୀ କ୍ୟାଚ୍ ଧରିପାରିନଥିଲେ। ବଲ ସିଧା ତାଙ୍କ ଆଙ୍ଗୁଳିରେ ଲାଗି ଆଖି ଉପରକୁ ମଥାରେ ଜୋରରେ ଲାଗିଛି। ଫଳରେ ହେନରୀଙ୍କୁ ଷ୍ଟାଡିୟମରୁ ବାହାରକୁ ଯିବାକୁ ପଡିଛି। ୧୮ ଅକ୍ଟୋବର ଶୁକ୍ରବାର ଶାରଜାରେ ମ୍ୟାଚର ପ୍ରଥମ ଇନିଂସର ୧୨ତମ ଓଭରରେ ଏହି ଦୁର୍ଘଟଣା ଘଟିଛି। ଏହି ଓଭରର ପ୍ରଥମ ବଲରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟସ୍ ମ୍ୟାନ ଏମେଲିୟା କର୍ର ଲଙ୍ଗଅନ ଆଡକୁ ସଟ୍ ଖେଳିଥିଲେ।
Chinelle Henry just ate one #T20WorldCup pic.twitter.com/ccYq8h52EU
— Pascoh (@Spudlago) October 18, 2024
କ୍ୟାଚ୍ଟି ସିଧା ହେନରୀଙ୍କ ପାଖକୁ ଯାଇଥିଲା। ହେନରୀ ମଧ୍ୟ କ୍ୟାଚ୍ ନେବାକୁ ପୁରା ପ୍ରସ୍ତୁତ ଥିଲେ। ହେଲେ ଷ୍ଟାଡିୟମରେ ଲାଗିଥିବା ଫ୍ଲଡ ଲାଇଟ୍ ଯୋଗୁ ସେ ବଲକୁ ଦେଖି ପାରିନଥିଲେ। ବଲ୍ ତାଙ୍କରି ହାତକୁ ଆସିଥିଲା, ହେଲେ ଦେଖି ନପାରିବାରୁ ବଲ ଆଙ୍ଗୁଳିରେ ବାଜି ଠିକ୍ ଆଖି ଉପର ମଥାରେ ବାଜିଥିଲା। ସେ ଟଳି ପଡିଥିଲେ। ଖେଳାଳି ପଡିଯିବା ଦେଖି ମେଡିକାଲ ଟିମ୍ ତୁରନ୍ତ ତାଙ୍କ ନିକଟକୁ ପହଞ୍ଚିଥିଲେ। ମେଡିକାଲ ଷ୍ଟାଫ ଅନେକ ସମୟ ପର୍ଯ୍ୟନ୍ତ ହେନରୀଙ୍କ ଯାଞ୍ଚ କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା।
ରିପୋର୍ଟସ ଅନୁସାରେ ହେନରୀ ଡ୍ରେସିଂ ରୁମରେ ମଧ୍ୟ ଖେଳାଳିଙ୍କ ସହାୟତାରେ ଚାଲୁଛନ୍ତି। ଏପରିକି ୱେଷ୍ଟଇଣ୍ଡିଜର ବ୍ୟାଟିଂ ଆରମ୍ଭ ହେବା ପର୍ଯ୍ୟନ୍ତ ତାଙ୍କ ଫିଟନେସକୁ ନେଇ ଚିନ୍ତା ଲାଗି ରହିଥିଲା। ତେବେ ହେନରୀଙ୍କୁ ଆଘାତ ଲାଗିବା ପୂର୍ବରୁ ସେ ଟିମ୍ ପାଇଁ ତାଙ୍କର ଯୋଗଦାନ କରିସାରିଥିଲେ। ସେ ୪ ଓଭର ବଲିଂ କରି ମାତ୍ର ୨୪ ରନ ଦେଇଥିଲେ। ତାଙ୍କୁ ୱିକେଟ୍ ମିଳି ନାହିଁ ତେବେ ହେନରୀ ଭଲ ବୋଲିଂ କରିଥିଲେ।