ମଣ୍ଡିରେ ଉଠୁନି ଧାନ, ମାଆ ତାରାତାରିଣୀଙ୍କ ଶରଣ ପଶିଲେ ଚାଷୀ

NEWS7
a-100-year-old-mango-tree-uprooted-a-broken-house-a-homeless-family

ବ୍ରହ୍ମପୁର: ଧାନ ମଣ୍ଡିରେ ହେଉଛି ମିଲରଙ୍କ ରାଜ। ମଣ୍ଡିରେ ଉଠୁନି ଧାନ। ତା’ ଉପରେ ପୁଣି କଟନୀ ଛଟନୀ। ଖାଲି ସେତିକି ନୁହେଁ ଚାଷୀଙ୍କୁ ଦିଆଯାଇଥିବା ଟୋକେନ ବି ହେଉଛି ଲାପ୍ସ। ଏ ସମସ୍ୟା ବିଷୟରେ ବାରମ୍ବାର ପ୍ରଶାସନକୁ କହିବା ପରେ ହେଉନାହିଁ କୌଣସି ସୁବିଧା। ଶେଷରେ ନିରାଶ ହୋଇ ମା’ ତାରାତାରିଣୀଙ୍କ ଶରଣ ପଶିଛନ୍ତି ବହୁ ଚାଷୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ।

ସୂଚନା ଅନୁସାରେ, ପୁରୁଷୋତ୍ତମପୁର ଅଞ୍ଚଳରେ ଧାନ ମଣ୍ଡିରେ ଧାନ ଉଠୁନଥିବା ନେଇ ଚାଷୀମାନେ ଏବେ ଚିନ୍ତାରେ । ଚାଷୀଙ୍କ ଅଭିଯୋଗ, ଧାନ ମଣ୍ଡିରେ ମିଲରଙ୍କ ରାଜ ଚାଲିଛି। କଟନୀ ଛଟନୀ ସହ ଚାଷୀଙ୍କୁ ଦିଆଯାଇଥିବା ଟୋକେନ ମଧ୍ୟ ଲାପ୍ସ ହୋଇଯାଉଛି। ସେମାନେ ଆହୁରି ଅଭିଯୋଗ କରିଛନ୍ତି, ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ମାତ୍ର କୌଣସି ସୁଫଳ ମିଳିପାରୁନାହିଁ। ଶେଷରେ ନିରାଶ ହୋଇ ମା’ଙ୍କ ନିକଟରେ ନିଜର ଦୁଃଖ ଜଣାଇଛନ୍ତି ବୋଲି କହିଛନ୍ତି ଚାଷୀ।