ନୂଆଦିଲ୍ଲୀ: ବିଜ୍ଞାପନ ସୁଟିଂ ବେଳେ ଆହତ ହେଲେ ତେଲୁଗୁ ଷ୍ଟାର ଜୁନିୟର ଏନଟିଆର। ଶୁକ୍ରବାର ତାଙ୍କ ଟିମ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରକୃତରେ ସୋସିଆଲ ମିଡିଆରେ ଜୁନିୟର ଏନଟିଆର ଆହତ ହୋଇଥିବା ନେଇ ବିଭିନ୍ନ ଖବର ଭାଇରାଲ ହେଉଥିଲା। ଯାହା ପରେ ତାଙ୍କ ଟିମ୍ ପକ୍ଷରୁ ଆନୁଷ୍ଠାନିକ ଭାବରେ ସୂଚନା ଦିଆଯାଇଛି।

ଟିମ୍ ପକ୍ଷରୁ ଏହି ସ୍ପଷ୍ଟୀକରଣ କୁହାଯାଇଛି ଯେ, ଜୁନିୟର ଏନଟିଆର ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ସୁପରଷ୍ଟାର ଏବେ ସୁସ୍ଥ ଅଛନ୍ତି। ଚିନ୍ତା କରିବାର କୌଣସି କଥା ନାହିଁ। ଏହା ସହ ଟିମ୍‌ ପକ୍ଷରୁ ଜୁନିୟର ଏନଟିଆରଙ୍କ ଫ୍ୟାନ୍ସ, ମିଡିଆ ଏବଂ ଜନସାଧାରଣକୁ କୌଣସି ଗୁଜବ ଉପରେ ବିଶ୍ବାସ କରିବାକୁ ମନା କରାଯାଇଛି। ତେବେ ଅଭିନେତାଙ୍କୁ କ’ଣ ଆଘାତ ଲାଗିଛି ? ଏବଂ ସେ କେତେଦିନ ଯାଏ ଆରାମ କରିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ।