News7 Logo

ସୁରକ୍ଷାକର୍ମୀଙ୍କ ଗୁଳିରେ ଝାଡଖଣ୍ଡର ଟପ୍ ମାଓନେତା ଅମିତ ହାଁସଦା ନିହତ

NEWS7
Mao leader

ରାଉରକେଲା ୭୯: ସୁରକ୍ଷାକର୍ମୀଙ୍କ ଗୁଳିରେ ଝାଡଖଣ୍ଡର ଟପ୍ ମାଓନେତା ଅମିତ ହାଁସଦା ନିହତ । ଝାଡଖଣ୍ଡ ସରକାର ଅମିତ ହାଁସଦା ମୁଣ୍ଡ ଉପରେ ୧୦ କ୍ଷ ଟଙ୍କାର  ପୁରସ୍କାର ରାଶି ରଖିଥିଲେ ।

ସୂଚନାଯୋଗ୍ୟ ଯେ, ପଶ୍ଚିମ ସିଂହଭୂମି ଗୋଏଲ ଜେରା ଥାନା କୋଲାହନ ଜଙ୍ଗଲରେ ଅମିତ ହାସଦା ଅଘଟଣ ଘଟାଇବା କରୁଛି ଯୋଜନା କରୁଥିବା ନେଇ ରବିବାର ସକାଳୁ ସୁରକ୍ଷାକର୍ମୀ ଖବର ପାଇଥିଲେ । ଖବର ପାଇବା ପରେ ସୁରକ୍ଷାକର୍ମୀ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ଆଉ ନିହତ ହୋଇଛନ୍ତି ଟପ୍ ମାଓନେତା ଏରିଆ କମାଣ୍ଡର ଅମିତ ହାଁସଦା । ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।