News7 Logo

ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ କରିବାକୁ ମନା କରୁଥିଲେ ତଥ୍ୟ ଦିଅନ୍ତୁ, ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବ

NEWS7
Part Plot

ଭୁବନେଶ୍ବର ୧୩।୯: ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କୌଣସି ସବ୍ ରେଜିଷ୍ଟର ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ କରିବାକୁ ମନା କରୁଥିଲେ ଆମକୁ ତଥ୍ୟ ଦିଅନ୍ତୁ । ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ନିର୍ଦ୍ଧିଷ୍ଟ ଅଭିଯୋଗ ଯଦି ଅଛି ମୋ ପାଖକୁ ପହଞ୍ଚାନ୍ତୁ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ସସ୍‌ପେଣ୍ଡ କରାଯିବ । ପୂର୍ବ ସରକାର ସମୟରେ ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ ଲୋକଙ୍କୁ ହନ୍ତସନ୍ତ କରାଯାଉଥିଲା, ଏ ସରକାରରେ ସେମିତି ହେବ ନାହିଁ । ଲୋକଙ୍କ ସରକାର ଲୋକଙ୍କ କଥା ବୁଝିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।