News7 Logo

ଗଣେଶ ବିସର୍ଜନରେ ଡିଜେକୁ ଡିଜେ ଧକ୍କା, କାହାର ଡିଜେ ନଷ୍ଟ ହେଉଛି ତ ଆଉ କାହାର ଲାଇଟ୍ ଭାଙ୍ଗୁଛି

NEWS7
DJ Vehicle

ବ୍ରହ୍ମପୁର ୭୯: ଛାତି ଥରିଲା ଭଳି ଦୃଶ୍ୟ । ଡିଜେ ଡିଜେ ଟ୍ରକ୍ ଧକ୍କା ମାରି ଗଣ୍ଡଗୋଳ । ଟିକେ ଅସାବଧାନତା ହେଲେ ଟ୍ରକ୍ ଚକା ତଳେ ଏକାଧିକ ଲୋକଙ୍କ ଜୀବନ ଚାଲିଯାଇଥାନ୍ତା । ଏ ଚିତ୍ର ହେଉଛି ବ୍ରହ୍ମପୁର ପୋଲିସ ଜିଲ୍ଲା ନିମଖଣ୍ଡି ଥାନା ଫୁଲଟା ଗାଁର ।

ଗାଁରେ ଦୁଇ ସାହିରେ ଦୁଇଟି ଗଣେଶ ମେଢ଼ର ବିସର୍ଜନ ଚାଲିଥାଏ । ଆଉ ସେହି ମେଢ଼ରେ ବିସର୍ଜନରେ ମୋଟା ଅଙ୍କର ଟଙ୍କାରେ ଟ୍ରକରେ ଡିଜେ ଲୋଡ଼ ହୋଇ ଆସି ଶୋଭାଯାତ୍ରା ଚାଲିଥାଏ । କିନ୍ତୁ ଗୋଟିଏ ସ୍ଥାନରେ ଯେତେବେଳେ ଦୁଇଟି ଡିଜେ ମୁହାଁମୁହିଁ ହୋଇଛନ୍ତି ସେଠି ଏଭଳି ଭୟାନକ ଚିତ୍ର ସାମ୍ନାକୁ ଆସୁଛି । କାହା ଡିଜେ କେତେ ଶକ୍ତିଶାଳୀ ମନେ କରି ଦୁହେଁ ଦୁହିଁଙ୍କ ଡିଜେକୁ ଧକ୍କା ହେଉଛନ୍ତି । ଧକ୍କାରେ କାହାର ଡିଜେ ନଷ୍ଟ ହେଉଛି ତ ଆଉ କାହାର ଲାଇଟ୍ ଭାଙ୍ଗୁଛି । ଥରେ କି ଦୁଇ ଥର ନୁହଁ ଏମିତି ବାରମ୍ବାର ଦୁଇ ଡିଜେ ଗାଡି ଭିତରେ ଧକ୍କା ହେଉଛି ଯେଉଁ ଚିତ୍ରକୁ ଯେକୌଣସି ଲୋକ ଦେଖିବ ଛାତି ଥରି ଉଠିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଭଳି ଚିତ୍ର ଦେଖିବାକୁ ଶତାଧିକ ଲୋକ ରୁଣ୍ଡ ହୋଇଛନ୍ତି । ମୋବାଇଲରେ ଭିଡିଓ କରୁଛନ୍ତି । ଏଭଳି ଘଟଣାକୁ ଉପଭୋଗ କରୁଛନ୍ତି । ଏହି ଭିଜୁଆଲ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ।