LIVE TV

ନୀତିଶ , ତେଜସ୍ୱୀ ନା ଆଉ କିଏ ... ବିହାରରେ କାହାର ହେବ ସରକାର ? ଆସିଲା ଆଶ୍ଚର୍ଯ୍ୟକର ସର୍ଭେ

NEWS7
Bihar Election 2025

ନୂଆଦିଲ୍ଲୀ - ବିହାର ବିଧାନସଭା ନିର୍ବାଚନ ୨୦୨୫ର ତାରିଖ ଘୋଷଣା ହୋଇ ସାରିଛି। ରାଜ୍ୟରେ ମୋଟ ୨୪୩ଟି ସିଟ୍‌ରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟ ୬ ନଭେମ୍ୱରରେ ଓ ଦ୍ୱିତୀୟ ପର୍ଯ୍ୟାୟ ୧୧ ନଭେମ୍ୱରରେ ଆୟୋଜିତ କରାଯିବଯ ଭୋଟ ଗୁଡ଼ିକର ଗଣଚି ୧୪ ନଭେମ୍ୱରରେ ହେବ, ଏହାପରେ ରେଜଲ୍ଟ ଘୋଷଣା ହୋଇଯିବ। ତାରିଖର ଘୋଷଣା ସହ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛୁ ଯେ, ବିହାରରେ କେଉଁ ଗଠବନ୍ଧନର ସରକାର ହେବ ? ଏହି ପ୍ରଶ୍ନର ଜବାବ ଖୋଜିବା ପାଇଁ MATRIZE-IANS ଏକ ଓପିନିୟମ ପୋଲ୍‌ କରିଛି।

MATRIZE-IANSର ସର୍ଭେ ଅନୁସାରେ , ଏନଡିଏକୁ ୪୯ ପ୍ରତିଶତ ଭୋଟ୍‌ ମିଳିବାର ସମ୍ଭାବନା ରହିଛି, ଯାହାକି ମହାଗଠବନ୍ଧନକୁ ୩୬ ପ୍ରତିଶତ ଓ ଅନ୍ୟ ପାର୍ଟିକୁ ୧୫ ପ୍ରତିଶତ ଭୋଟ୍ ମିଳିପାରେ। ଆସନ ଦୃଷ୍ଟିରୁ କଥା ଯଦି କହିବା ତ –

ଏନଡିଏ : ୧୫୦-୧୬୦ ଆସନ

ମହାଗଠବନ୍ଧନ : ୭୦-୮୫ ଆସନ

ଅନ୍ୟାନ୍ୟ : ୯-୧୨ ଆସନ

ଅନ୍ୟପଟେ ଦଳଭିତ୍ତିକ ଆସନର କଥା ଯଦି କହିବା ତ ବିଜେପି ପୁଣି ଥରେ ସବୁଠୁ ବଡ଼ ଦଳ ହୋଇ ପାରେ। ସର୍ଭେ ଅନୁସାରେ ...

ବିଜେପି : ୮୦-୮୫

ଜେଡିୟୁ : ୬୦-୬୫

ଆରଜେଡି : ୬୦-୬୫

ହମ୍‌ ପାର୍ଟି : ୩-୬

ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ): ୪-୬

ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆରଏଲଏମ): ୧-୨

କଂଗ୍ରେସ : ୭-୧୦

ସିପିଆଇ –ଏମଏଲ : ୬-୯

ସିପିଆଇ : ୦-୧

ସିପିଆଇ-ଏମ୍‌ : ୦-୧

ବିକାଶଶୀଳ ଅନସାନ ପାର୍ଟି (ଭିଆଇପି) : ୨-୪

MATRIZE-IANSର ଓପିନିୟମ ପୋଲ୍‌ ମୁତାବିକ, ୨୦୨୫ ର ନିର୍ବାଚରେ ବିଜେପି ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇପାରେ। ତାକୁ ୮୦ରୁ ୮୫ ଆସନ ମିଳିବାର ସମ୍ଭାବନା। ଅନ୍ୟପଟେ ସହଯୋଗୀ  ଜେଡିୟୁକୁ ୬୦-୬୫ଆସନ ମିଳି ପାରେ। ଜିତନ ରାମ ମାଝିଙ୍କ ଦଳକୁ ୩-୬ ଓ ଚିରାଗ ପାସୱାନର ଏଲଜେପିଆକୁ ୪-୬ ଆସନ ମିଳିପାରେ। ମୋଟରେ ଏନଡିଏରେ ବିଜେପିକୁ ସବୁଠୁ ଅଧିକ ସିଟ୍‌ ହାସଲ ମିଳିବାର ସମ୍ଭାନା ଅଛି।

ଅନ୍ୟପଟେ ମହାଗଠବନ୍ଧନରେ ଆରଜେଡି ସବୁଠୁ ଦୃଢ ସ୍ଥିତିରେ ନଜର ଆସୁଛି । ଲାଲୁ ଯାଦବଙ୍କ ପାର୍ଟିକୁ ୬୦-୬୫ ଆସନ ମିଳିବାର ଆଶା ରହିଛି।