ଭୁବନେଶ୍ବର ୧୬।୯: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକବିଧାନସଭା ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ବିଜେପି, ବିଜେଡି, କଂଗ୍ରେସ ଓ ସିପିଏମ୍ ବିଧାୟକ ଉପସ୍ଥିତ ଥିଲେ । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଆଇନ ମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଥିଲେ ।

ସବୁ ଦଳର ବିଧାୟକଙ୍କ ସହଯୋଗ ଓ ସମର୍ଥନ ଲୋଡିଲେ ବାଚସ୍ପତି ସୁରମା ପାଢ଼ୀ । ସର୍ବଦଳୀୟ  ବୈଠକ ଶେଷ ହେବା ପରେ ବାଚସ୍ପତି ସୁରମା ପାଢୀ କହିଛନ୍ତି, ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ାଯାଇଛି ଆଶା କରୁଛୁ ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବ

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବାଚସ୍ପତି ସବୁ ଦଳର ସହଯୋଗ ଲୋଡିଲେ ସାମ୍ଭିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଆମେ ସହଯୋଗ କରିବୁ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ରହିଛି ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ, ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରସଙ୍ଗ ଗୃହରେ ଉଠିବ ପ୍ରଥମ ଦିନ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସି ବନ୍ଦ ରହିବ

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍ କହିଛନ୍ତି, ଗୃହ ସ୍ୱାଭାବିକ ଚାଲିବା ନେଇ ବାଚସ୍ପତିଙ୍କ ସହ ଆଲୋଚନା ହେଲା ଅନେକ ପ୍ରସଙ୍ଗ ରହିଛି କଂଗ୍ରେସ ବୁଧବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ବିଧାନସଭା ପାଇଁ ତିନି ଦଳର ରଣନୀତି ବୈଠକ ବସିବ ବୋଲି ଜଣାପଡ଼ିଛି । ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଏଥର ବିଧାନସଭା ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି ।
​​​​​​​