LIVE TV

ଲାଲୁ ଯାଦବଙ୍କ ବଡ଼ ପୁଅଙ୍କୁ ମିଳିଲା BJPରେ ସାମିଲ ହେବାକୁ ଅଫର, ଜାଣନ୍ତୁ କ’ଣ କହିଲେ ସାଂସଦ ରବି କିଶନ?

NEWS7
9th-day-of-chariot-making-in-puri

ପାଟନା ୭।୧୧: ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳର ସଭାପତି ତେଜ ପ୍ରତାପ ଯାଦବଙ୍କୁ ବିଜେପିରେ ଯୋଗ ଦେବା ପାଇଁ ଅଫର ମିଳିଛି। ପାଟନା ଏୟାରପୋର୍ଟରେ ବିଜେପି ସାଂସଦ ରବି କିଶନଙ୍କ ସହିତ ତେଜ ପ୍ରତାପ ଶୁକ୍ରବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏହି ଅବସରରେ ତେଜ ପ୍ରତାପ କହିଛନ୍ତି ଯେ ମୁଁ ପ୍ରଥମରୁ କହି ଆସିଛି ଯିଏ ରୋଜଗାର ଦେବ, ବେକାରୀ ସମାପ୍ତ କରିବ ମୁଁ ତା ସହିତ ରହିବି।

ଏଥିରେ ରବି କିଶନ କହିଛନ୍ତି ଯେ ତେଜ ପ୍ରତାପଙ୍କ ମନ ବହୁତ ସଫା। ଯାହା ତାଙ୍କ ମନରେ ଅଛି ତାହା ତାଙ୍କ ମୁହଁରେ। ଏହାକୁ ଲୋକେ ପସନ୍ଦ କରନ୍ତି। ଇଏ ଭୋଲେ ନାଥଙ୍କ ଭକ୍ତ ଓ ତାଙ୍କ ଉପରେ ମହାଦେବଙ୍କ କୃପା ରହିଛି। ତେବେ ତେଜ ପ୍ରତାପ ବିଜେପିରେ ସାମିଲ ହେବା ନେଇ ରବି କିଶନ କହିଛନ୍ତି ଯେ ସାରା ବିଜେପି ଭୋଳା ନାଥଙ୍କ  ଭକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଭୋଳାଙ୍କ ଭକ୍ତ। ଯାହାଙ୍କ ଲକ୍ଷ୍ୟ ନିଶ୍ୱାର୍ଥ ସେବା, ବିନା କୌଣସି ବ୍ୟକ୍ତିଗତ ଲାଭରେ ଯିଏ ଜନତାଙ୍କ ପାଇଁ କାମ କରନ୍ତି ବିଜେପିରେ ତାଙ୍କୁ ସ୍ୱାଗତ।

ରବି କିଶନ କହିଛନ୍ତି ଯେ ତେଜ ପ୍ରତାପଙ୍କ ଛବି ମଧ୍ୟ ନିଶ୍ୱାର୍ଥ ସେବକଙ୍କ ଭଳି। ତେବେ ତେଜ ପ୍ରତାପଙ୍କ ସହ ହୋଇଥିବା ବ୍ୟବହାର ନେଇ ରବି କିଶନ କହିଛନ୍ତି ଯେ ଏହା ନିର୍ବାଚନର ସମୟ। ଏ ନେଇ କିଛି ଖୋଲାଖୋଲି କହିବା ଉଚିତ ହେବ ନାହିଁ। ତେବେ ଜନତା ମାଲିକ ଓ ସବୁ ଜାଣନ୍ତି। ଏଣୁ ଆଗାମୀ ସବୁ ନିଷ୍ପତ୍ତି ଜନତାଙ୍କ ଉପରେ। ତେବେ ତେଜ ପ୍ରତାପ ବିଜେପିରେ ଯୋଗ ଦେଉଛନ୍ତି କି ନା ସେ ନେଇ ରବି କିଶନ ସ୍ପଷ୍ଟ ରୂପେ କିଛି କହି ନାହାନ୍ତି। ହେଲେ ତେଜ ପ୍ରତାପ ଏବେ ବିଜେପି ସାଙ୍ଗରେ ଆସୁଥିବା ସ୍ପଷ୍ଟ ହୋଇଯାଇଛି।