ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ, ଟିକା ନେବାକୁ ୯୫ ବର୍ଷୀୟା ବୃଦ୍ଧା ଚାଲିଲେ ମାଇଲ ଦୂର

Published By : Prameya-News7 Bureau | July 10, 2025 IST

ନୂଆପଡା ୧୦/୦୭: ନୂଆପଡା ଜିଲ୍ଲାରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଆନ୍ଦୋଳନର ପ୍ରଭାବ। ଅଖ ଚକ ଜାମ୍। ଗଡ଼ୁନି ବସ୍ କି ଟ୍ରକ୍। ରାଜ୍ୟରେ ପରିବହନ ସମ୍ପୂର୍ଣ୍ଣ ଅଚଳ। ସାଧାରଣ ଜନଜୀବନ ପ୍ରଭାବିତ। ରାଜ୍ୟରେ ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଜଣେ ୯୫ ବର୍ଷୀୟା ବୃଦ୍ଧାଙ୍କୁ ଟିକା ପାଇଁ ୧୦କିମି ବାଟ ଚାଲିବାକୁ ପଡ଼ିଛି । ଆଶାବାଡ଼ି ସହାୟତାରେ ଗାଁରୁ ଚାଲିଚାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଇଞ୍ଜେକ୍ସନ ନେବା ପରେ ଘରକୁ ଫେରିଛନ୍ତି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 

ଗାଡି ଚଳାଚଳ ବନ୍ଦ ଥିବାରୁ ଟିକା ପାଇଁ ଦୀର୍ଘ ୧୦ କିଲୋମିଟର ଚାଲିଲେ ୯୫ ବର୍ଷୀୟ ବୃଦ୍ଧା । ବୃଦ୍ଧା ଜଣକ ହେଉଛନ୍ତି ସିନାପାଲି ବ୍ଲକ ସିଙ୍ଗଝର ଶିକାବାହାଲ ଗ୍ରାମର ମଙ୍ଗଳବାରୀ ମହରା । ମାସେ ତଳେ ତାଙ୍କୁ ଏକ କୁକୁର କାମୁଡ଼ିଥିବା ବେଳେ ସେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିୟମିତ ଟୀକା ନେଉଥିଲେ । ବୁଧବାର ଥିଲା ଶେଷ ଟିକା ଯାହା ନେବା ଅତି ଜରୁରୀ ଥିଲା। ହେଲେ ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ଅନ୍ୟ ଉପାୟ ନପାଇ ଶେଷରେ ପୁଅ ସହ ବାଡି ସାହାଯ୍ୟରେ ଚାଲି ଚାଲି ଦୀର୍ଘ ୧୦ କିଲୋମିଟର ଆସି ଟିକା ନେଇ ପୁଣି ଚାଲି ଚାଲି ଘରକୁ ଫେରିଛନ୍ତି। ଜରୁରୀ କାଳୀନ ରୋଗୀ ସେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ରହିଛି ହେଲେ ମୋବାଇଲ ନଥିବାରୁ ଆମ୍ବୁଲାନ୍ସ କୁ ଫୋନ କରି ପାରି ନଥିବାରୁ ତାଙ୍କ ପୁଅ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.