ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ, ଅଷ୍ଟମ ଦିନରେ ଭକ୍ତଙ୍କ ଭିଡ଼

Published By : Prameya-News7 Bureau | June 19, 2025 IST

ବ୍ରହ୍ମଗିରି ୧୯।୬: ପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନର ଅଷ୍ଟମ ଦିନ । ସେପଟେ ଅଣସର ଘରେ ଶ୍ରୀଜିଉ କିଭଳି ସୁସ୍ଥ ହେବେ ସେଥିପାଇଁ ସେବାୟତଙ୍କ ଦ୍ୱାରା ଚାଲିଛି ଉପଚାର ସେବା । ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କୁ ଦର୍ଶନ ନକରି ବ୍ୟାକୁଳ ବ୍ୟଥିତ । 

ଏହି ଅନବସରର ୧୪ ଦିନ ଦ୍ଵିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥ ପୀଠକୁ ଯାଇ ଶିଳାବ୍ରହ୍ମ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରୁଛନ୍ତି ଭକ୍ତ । ବର୍ଷ ସାରା ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା ଏହି ଅନବସର ସମୟରେ ଅଲାରନାଥଙ୍କୁ ଥରେ ଦର୍ଶନ କରିବା ସଙ୍ଗେ ସମାନ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟୁଛି ଅଲାରନାଥଙ୍କ ପୀଠକୁ ।

ଗୁରୁବାର ଭୋର ୪ଟାରେ ଦ୍ୱାରଫିଟା ଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଚାଲିଛି ।

You Can Read:

୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ପିଇଓ ଅକୃର ମାଝୀ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.