LIVE TV

ସାମାନ୍ୟ ବର୍ଷାରେ ବୁଡ଼ିଲା ସମଲେଶ୍ବରୀ ପୋଲ, ଚାଲୁଛି ୨ ଫୁଟ ଉଚ୍ଚର ପାଣି

NEWS7
80-kg-ganja-seized-and-one-arrested-in-balipatna

ବୌଦ୍ଧ ୩୧୦: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜିଲ୍ଲାର କଣ୍ଟାମାଳ ବ୍ଲକ୍‌ରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । କଣ୍ଟାମାଳ ବ୍ଲକ୍ ଅଞ୍ଚଳରେ ଲଗାଣ ବର୍ଷାରେ ମାଣ୍ଡିଆ ଜୋ ନିକଟରେ ସମଲେଶ୍ଵରୀ ପୋଲ ବୁଡି ଯାଇଥିବା ବେଳେ ପୋଲ ଉପରେ ୨ଫୁଟ ଉଚ୍ଚରେ ଚାଲିଲା ପାଣି ଚାଲୁଥିବା ଦେଖିବାକୁ ମିଳିଛି । ପୋଲ ଉପରେ ପାଣି ଚାଲୁଥିବା ଯୋଗୁଁ କଣ୍ଟାମାଳ ବ୍ଲକ୍‌ର ଘଣ୍ଟାପଡା ଠାରୁ ରେକଡୋଲ ଏବଂ ମାଣ୍ଡିଆ ଜୋର ଠାରୁ ବଲାଙ୍ଗିର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ରେକଡୋଲ ରାସ୍ତାରେ ଯାତାୟାତରେ ବାଧାପ୍ରାପ୍ତ ଦେଖାଦେଇଛି । କଣ୍ଟାମାଳ ଅଞ୍ଚଳରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମାଣ୍ଡିଆଜୋର ନାଳରେ ପାଣି ବଢ଼ିବାରେ ଲାଗିଥିଲା ଫଳରେ ଆଜି ସକାଳେ ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ତେବେ ପୋଲରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି । ବର୍ଷା ଋତୁ ପୂର୍ବରୁ ମଧ୍ୟ ଏହି ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଥିବା ବେଳେ ବର୍ଷା ଋତୁରେ ଦୁର୍ଦ୍ଦଶା ଅଧିକ ବଢ଼ିଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ରାମବାସୀ । ଏହି ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଲୋକେ ମେଡିକାଲ, ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଯାଇ ପାରୁନଥିବା ବେଳେ ଗ୍ରାମକୁ ଯାଉଥିବା ଲୋକେ ମଧ୍ୟ ପାଣି ଯୋଗୁଁ ଫସି ରହୁଛନ୍ତି । ତେବେ ଆସନ୍ତା ବର୍ଷ ବର୍ଷା ଋତୁ ଆସିବା ପୂର୍ବରୁ ଏହାର ସମାଧାନ କରିବାକୁ ନେଇ ଗ୍ରାମବାସୀ ପ୍ରଶାସନକୁ ଦାବି କରିଛନ୍ତି ।