ସମ୍ବଲପୁର: ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ରବିବାର ସକାଳେ ୧୨ ଟି ଗେଟ ଖୋଲାଯାଇଥିଲା। ଆଉ ଏବେ ୮ ଟି ଗେଟ୍ ଖୋଲାଯିବାରେ ସମୁଦାୟ ୨୦ ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ୍ ସବୁ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଡ୍ୟାମକୁ ୨, ୭୪, ୫୦୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବଳେ, ଡ୍ୟାମରୁ ୧, ୭୮, ୫୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ୨ ଦିନ ତଳେ ଡାକବାଜି ଯନ୍ତ୍ର ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା। ପାଣି ଛାଡ଼ିବା ପୂର୍ବରୁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଥିଲା । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୧୦.୧୭ ଫୁଟ୍ ରହିଛି।