କୁମ୍ବିଂ ଅପରେସନ ବେଳେ ବଡ଼ ସଫଳତା, ଏନକାଉଣ୍ଟରରେ ୮ ନକ୍ସଲ ନିହତ

Published By : Prameya-News7 Bureau | February 01, 2025 IST

News7

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଯବାନଙ୍କ କୁମ୍ବିଂ ଅପରେସନ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା।

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ପରେ ଭୟବିତ ହୋଇ ୧୦ ଜଣ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୁଣ୍ଡ ଉପରେ ପୁର୍ବରୁ  ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। 

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ AOB ଡିଭିଜନର ସଦସ୍ୟ, CNM ସଭାପତି, DKMS ସଭାପତି, PLGA ସଦସ୍ୟ ଓ ଜନତାନା ସରକାର ସଦସ୍ୟ ଅଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.