ବିଜେପିର ମିଶ୍ରଣ ପର୍ବ, ଦଳରେ ମିଶିଲେ ପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ୧୧ ସରପଞ୍ଚ

Published By : Prameya-News7 Bureau | August 18, 2025 IST

ପାଟଣା: ବିଜେପିରେ ମିଶିଲେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା  ବ୍ଲକ ଅଧ୍ୟକ୍ଷା  ବୀଣାପାଣି ନାଏକ। ତାଙ୍କ  ସମେତ ତାଙ୍କ ସ୍ୱାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଲାଣଘାଟି ପଞ୍ଚାୟତର ସମିତି ସଭ୍ୟ ବିଶ୍ୱନାଥ ନାଏକ, ୧୧ ସରପଞ୍ଚ, ୭ ୱାର୍ଡ ମେମ୍ବର ଏବଂ ୩ ପୂର୍ବତନ ସରପଞ୍ଚ ସୋମବାର ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣପର୍ବ କାର୍ଯ୍ୟକ୍ରମ ରେ ବିଜେପି ରେ ସାମିଲ ହୋଇଛନ୍ତି। 

ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତର ସରପଞ୍ଚ ଝୁମିତା ନାଏକ , ମୁଷଖୋରି ସରପଞ୍ଚ ଭାମାମଣି ଦାସ, ପଲାଣଘାଟି ସରପଞ୍ଚ ରାଉତ ମୁଣ୍ଡା, ମୁରୁସୁଆଁ ସରପଞ୍ଚ ହରିଶଙ୍କର ଦେହୁରୀ, ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ, ବୁଢ଼ୀକାପୁଡି ସରପଞ୍ଚ ମମତା ନାଏକ, ଚେମେଣା ସରପଞ୍ଚ ହେମଲତା ନାଏକ, ବାଉଁଶୁଳି ସରପଞ୍ଚ   ସୁଜାତା ସର୍ଦ୍ଦାର, ରାଜନଗର ସରପଞ୍ଚ   ସୁଧାଂଶୁ ଶେଖର ନାଏକ, ଚାଖୁଣ୍ଡାପାଳ ସରପଞ୍ଚ  ରକ୍ଷାମଣି ନାଏକଙ୍କ ସମେତ ଓ୍ଵାର୍ଡ ମେମ୍ବର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି।

 ମିଶ୍ରଣ ପର୍ବରେ ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ,ତେଲକୋଈ ବିଧାୟକ ଡ଼ ଫକୀର ମୋହନ ନାଏକ ରାଜ୍ୟ ଉପସଭାପତି ବିରଞ୍ଜି ନାରାୟଣ ତ୍ରିପାଠୀ ,ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ରାଜ୍ୟ ସମ୍ପାଦକ ସରୋଜ କର, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.