LIVE TV

ହରିୟାଣା ପରେ ଉତ୍ତରାଖଣ୍ଡ : ବୁଦା ମୂଳରୁ ମିଳିଲା ବିପୁଳ ପରିମାଣର ବିସ୍ଫୋରକ

NEWS7
8-dead-in-prisoners-riot-in-srilankan-jail-for-escape-to-covid-19

ନୈନିତାଲ, ୨୩|୧୧: ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ । ଦିଲ୍ଲୀ ବିସ୍ଫୋରଣ ମାମଲାକୁ ନେଇ ଏବେବି ତଦନ୍ତ ଜାରି ରହିଥିବା ବେଳେ ପୁଣି ଥରେ ବିସ୍ଫୋରକ ଜବତ ହୋଇଛି । ଉତ୍ତରାଖଣ୍ଡର ଏକ ସ୍କୁଲ ପାଖରେ ୨୦ କେଜିର ବିସ୍ଫୋରକ ଠାବ ହୋଇଛି ।

ରିପୋର୍ଟ ଅନୁସାରେ, ଉତ୍ତରାଖଣ୍ଡର ଅଳମୋରା ଜିଲ୍ଲାରେ ଥିବା ଏକ ସ୍କୁଲ ନିକଟରୁ ୨୦ କେଜିର ବିସ୍ଫୋରକ ଜବତ ହୋଇଛି । ଯେଉଁଥିରେ ୧୧ଟି ଜିଲାଟିନ୍ ଷ୍ଟିକ୍ ରହିଛି । ବୁଦା ମୂଳେ ସମସ୍ତ ଜିଲାଟିନକୁ ଲୁଚାଯାଇଥିଲା । ତେବେ ପୋଲିସ ସ୍ଥାନୀୟ ଅଂଚଳରେ ଖୋଜାଖୋଜି ଜାରି ରଖିଛି ।

ସ୍କୁଲର ପ୍ରଧାନଶିକ୍ଷକ ପ୍ରଥମେ ବିସ୍ଫୋରକକୁ ଦେଖିଥିଲେ । ସନ୍ଦେହ ହେବାରୁ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସର ଦୁଇଟି ଟିମ୍ ପହଁଚି ଛାନଭୀନ ଆରମ୍ଭ କରିଥିଲା । ଆଖପାଖ ଅଚଂଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ପହଁଚିଥିଲା ।

କେବଳ ଗୋଟିଏ ବୁଦା ମୂଳରେ ନୁହେଁ ପ୍ରାୟ ଦୁଇରୁ ତିନୋଟି ଜାଗାରେ ଜିଲାଟିନକୁ ଲୁଚାଇ ରଖାଯାଇଥିଲା । ଯାହାକୁ ବମ୍ ସ୍କ୍ୱାଡ୍ ଠାବ କରିଥିଲେ । ଆହୁରି ମଧ୍ୟ ବିସ୍ଫୋରକ ଥିବା ଆଶଙ୍କାରେ ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ପୂର୍ବରୁ ହରିୟାଣାରେ ୩୦୦୦ କୋଜିର ବିସ୍ଫୋରକକୁ ଜବତ କରାଯାଇଥିଲା । ଏଥିରେ ଆରଡିଏକ୍ସ ଭଳି ଶକ୍ତିଶାଳୀ ବିସ୍ଫୋରକ ଥିଲା । ଯାହା ଦିଲ୍ଲୀ ବିସ୍ଫୋରଣରେ ବ୍ୟବହାର ହୋଇଥିବା କୁହାଯାଏ । ଦେଶର ଅନେକ ସ୍ଥାନରେ ବିସ୍ଫୋରଣ ପାଇଁ ଏହାକୁ ରଖାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀଙ୍କ ହାତରେ ସୁରାକ ଲାଗିଛି । ଯେଉଁଦିନ ଏତେ ପରିମାଣର ବିସ୍ପୋରକ ମିଳିଥିଲା ସେଦିନ ରାତିରେ ହିଁ ଦିଲ୍ଲୀର ଲାଲକିଲ୍ଲା ନିକଟରେ କାର୍ ବୋମା ବିସ୍ପୋରଣ ହୋଇଥିଲା । ଯାହା ୧୦ରୁ ଅଧିକ ନୀରିହ ଜନତାଙ୍କ ଜୀବନ ନେଇଥିଲା ।