Live Live
LIVE

ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା, ବିଧାନସଭାର ତଥ୍ୟ ବି ବଢ଼ାଇଛି ଚିନ୍ତା

NEWS7
7years-minor-raped

ଭୁବନେଶ୍ବର ୯।୩: ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ରାଜ୍ୟରେ ୨୪ ଘଣ୍ଟାରେ ଗଲା ୧୩ ଜଣଙ୍କ ଜୀବନ । ରବିବାର ରାତିରେ ବରଗଡରେ ସଡକ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ସୋମବାର କେନ୍ଦୁଝର ବାଂଶପାଳରେ ୨, ରାଉରକେଲାରେ ୨, କୁଚିଣ୍ତାରେ ୩, ଜଟଣୀରେ ଜଣେ ଏବଂ ବଲାଙ୍ଗିରରେ ଜଣଙ୍କର ସଡକ ଦୁର୍ଘଟଣାରେ ଜୀବବ ଯାଇଛି । କେବଳ ଏତିକି ନୁହେଁ ବିଧାନସଭାରେ ମିଳିଥିବା ସଡକ ଦୁର୍ଘଟଣା ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି । ରାଜ୍ୟରେ ୧୦ ବର୍ଷରେ ୫୩ ହଜାର ୪୫୧ ଜଣ ସଡକ ଦୁର୍ଘଟଣାରେ ଜୀବନ ଯାଇଥିବା ବେଳେ  ୨୦୨୫ରେ ୬ ହଜାର ୪୮୩ ଜଣଙ୍କ ମୃତ୍ୟୁ ହୋଇଛି । 

ଏ ଖବର ବି ପଢ଼ନ୍ତୁ:- କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

ଏପଟେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକୁ ନେଇ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚୁ ନାହିଁ । ଆମ୍ବୁଲାନ୍ସ ପହଞ୍ଚିବାର ନିର୍ଦ୍ଧିଷ୍ଟ ସମୟ ସୀମା କେତେ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସଞ୍ଜୀବ ମଲ୍ଲିକ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ୩୦ ମିନିଟ୍ ଭିତରେ ୧୦୮ ଆମ୍ବୁଲାନ୍ସ ଏବେ ପହଞ୍ଚୁଛି ଆଗକୁ ଏହି ସମୟ ସୀମା କିଭଳି କମ୍ ହେବ ବିଭାଗ ଚେଷ୍ଟା କରୁଛି । ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଆମ୍ବୁଲାନ୍ସରେ ଜିପିଆରଏସ୍ ଲାଗିଛି । ଠିକ୍ ସମୟରେ କାହିଁକି ପହଞ୍ଚିପାରୁନାହିଁ ତାର ତର୍ଜମା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ଦୁଇ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ସଡକ ସୁରକ୍ଷାକୁ ନେଇ ଅନେକ ସଚେତନତା କରାଯାଉଛି କିନ୍ତୁ ସଡକ ଦୁର୍ଘଟଣା ଜନିତ ମୃତ୍ୟୁରେ କିନ୍ତୁ ବ୍ରେକ୍ ଲାଗୁନି । ଯାହାକୁ ନେଇ ସବୁଆଡେ ପ୍ରଶ୍ନ ଉଠିଲାଣି ।