ଚଢାଉରେ ଜବତ ହୋଇଥିଲା ପୁଳା ପୁଳା ଗଞ୍ଜେଇ, ମିଳିଲେନି ଶ୍ରମିକ, ବାସ୍ ତାପରେ...

NEWS7
79-new-corona-in-cuttack-city

ବୌଦ୍ଧ ୦୬/୦୨: କାନ୍ଧରେ ବାହୁଙ୍ଗି । ଭାରରେ ଅଛି ଗଞ୍ଜେଇ । ଆଉ ମୁଣ୍ଡ ଉପରେ ବି ବସ୍ତା । ତେବେ ଏହି ବସ୍ତା ଏମିତି ସେମିତି ନୁହେଁ । ଏ ହେଉଛି ଶୀଳାବତୀ । ତା ପୁଣି ପୁଳା ପୁଳା । ଯାହାକୁ ବୋହି ନେଉଛନ୍ତି ପୋଲିସ କର୍ମଚାରୀ ଓ ଅଧିକାରୀ । ଏମିତିକି ନୟାନ୍ତ ବି ହେଉଛନ୍ତି । ଏ ଦୃଶ୍ୟକୁ ଯିଏ ଦେଖିବ ସେ ବି ହୋଇଯିବ ତାଜୁବ ।

କାରଣ ଏଠି ଶ୍ରମିକ ସାଜିଛନ୍ତି ଖାଜି ବାବୁ । ଯେଉଁଠି ପୋଲିସ ଗାଡ଼ି ଯାଇପାରିଲାନି ସେଠି ଶ୍ରମିକ ସାଜିଛନ୍ତି ଖୋଦ୍ ଖାକି ବାବୁ । ୩ ଦିନ କାଳ ଜଙ୍ଗଲରେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରିବା ପରେ ଏବେ ଜବତ ଗଞ୍ଜେଇକୁ ବୋହି ବୋହି ପାହାଡ଼ ତଳକୁ ଆଣୁଛି ପୋଲିସ । ନିଜେ କାନ୍ଧରେ ଗଞ୍ଜେଇ ବୋହୁଛନ୍ତି ଥାନା ଅଧିକାରୀ ।

ସୂଚନା ଥାଉକି, ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ନାରାୟଣ ପ୍ରସାଦର ନାଦେନ ଅଞ୍ଚଳ ଘଞ୍ଚ ଜଙ୍ଗଲ । ଆଉ ଦୁଇ ଦୁଇଟି ପାହାଡ଼ ଉପରେ ଗଞ୍ଜେଇ ଡିପୋ କରି ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିଲେ ମାଫିଆ । ଏହାର ସୂଚନା ପାଇବା ପରେ ଘଣ୍ଟାପଡ଼ା ପୋଲିସ ଓ ସଶସ୍ତ୍ର IRB ଯବାନଙ୍କୁ ନେଇ ଗଠିତ ଏକ ୫୦ ଜଣିଆ ଟିମ୍ । ଜଙ୍ଗଲ ମଧ୍ୟକୁ ଅପରେସନ ପାଇଁ ବାହାରିଥିଲେ। ଦୀର୍ଘ ତିନି ଦିନ ଧରି ନିରନ୍ତର ଖୋଜାଖୋଜି କରିବା ପରେ ପୋଲିସକୁ ମିଳିଥିଲା ସଫଳତା । ଜବତ ହୋଇଥିଲା ବିପୁଳ ପରିମାଣର ବସ୍ତା ବସ୍ତା ଗଞ୍ଜେଇ ।

କିନ୍ତୁ ସମସ୍ୟା ଥିଲା ଏହି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇକୁ ପାହାଡ଼ ଉପରୁ ତଳକୁ ଅଣାଯିବ କିଭଳି? ଦୁର୍ଗମ ଅଞ୍ଚଳ ଯୋଗୁଁ ନେଟୱର୍କ ନଥିଲା କି ମୋବାଇଲରେ ଚାଲୁନଥିଲା, ଯାହାଫଳରେ ଅଧିକ ଶ୍ରମିକ ଡକାଇବା ସମ୍ଭବ ହୋଇନଥିଲା। ଶେଷରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ପୋଲିସ କର୍ମଚାରୀ ଓ ଯବାନ ନିଜେ ଶ୍ରମିକ ସାଜିଥିଲେ। କିଏ କାନ୍ଧରେ ବାହୁଙ୍ଗି ଭାର କରି ତ କିଏ ମୁଣ୍ଡରେ ବସ୍ତା ବୋହି ପାହାଡ଼ ତଳକୁ ଗଞ୍ଜେଇ ଆଣିଥିଲେ। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯିବା ସହ ଏକ ମାମଲା ରୁଜୁ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।