ସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଉପରେ ଗୁରୁତ୍ବ, ମୁତୟନ ହେବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ

Published By : Prameya-News7 Bureau | June 08, 2025 IST

ପୁରୀ ୮ ଆଉ ମାତ୍ର ଦୁଇ ଦିନର ଅପେକ୍ଷା । ଆସନ୍ତା ୧୧ ତାରିଖରେ ପବିତ୍ର ସ୍ନାନ ପୂର୍ଣ୍ଣିମା । ଏଣୁ ଏବେଠାରୁ ଚଳଚଞ୍ଚଳ ହୋଇପଡିଲାଣି ଶ୍ରୀକ୍ଷେତ୍ର । ଭକ୍ତଙ୍କ ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ହେବ ପୁରୀ ବଡ଼ଦାଣ୍ଡ । ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିବେ ମହାପ୍ରଭୁ । ଠାକୁରଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର । ଏଥିସହିତ ଶ୍ରୀମନ୍ଦିର ଭିତରେ ଓ ବାହାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଶ୍ରୀମନ୍ଦିର ଭିତରେ ଏସ୍‌ପି/କମାଣ୍ଡାଣ୍ଟ ସ୍ତରୀୟ ଜଣେ ଅଧିକାରୀ, ଅତିରିକ୍ତ ଏସ୍‌ପି/ଡିସି ସ୍ତରୀୟ ୬ ଜଣ ଅଧିକାରୀ, ଡିଏସ୍‌ପି/ଏସି ସ୍ତରୀୟ ୧୩ ଜଣ ଅଧିକାରୀ, ୨୭ ଜଣ ଇନ୍ସପେକ୍ଟର, ୧୦୫ ଜଣ ଏସଆଇ/ଏଏସଆଇ, ୧୨୨ ଜଣ କନେଷ୍ଟବଳ, ୮୪ ଜଣ ହୋମଗାର୍ଡ, ୩୪ ଜଣ ପ୍ଲାଟୁନ୍ ଫୋର୍ସ ନିଯୁକ୍ତ ନିଯୁକ୍ତ କରାଯାଇଛି । ସେହିପରି ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ କମାଣ୍ଡାଣ୍ଟ/ଏସ୍‌ପି ସ୍ତରୀୟ ୨ ଜଣ ଅଧିକାରୀ, ଅତିରିକ୍ତ ଏସ୍‌ପି/ଡିସି ସ୍ତରୀୟ ୫ ଜଣ ଅଧିକାରୀ, ଡିଏସ୍‌ପି/ଏସି ସ୍ତରୀୟ ୮ ଜଣ, ୨୬ ଜଣ ଇନ୍ସପେକ୍ଟର, ୧୦୯ ଜଣ ଏସଆଇ/ଏଏସଆଇ, ୫ ଜଣ ହୋମ ଗାର୍ଡ , ୪୯ ଜଣ କନେଷ୍ଟବଳ ସମେତ ୨୪ ପ୍ଲାଟୁନ୍ ପୋଲିସ ଓ ଜଣେ ସେକ୍ସନ ଫୋର୍ସ ନିଯୁକ୍ତ ହୋଇଛନ୍ତି । 

ଅନ୍ୟପଟେ ପର୍ଯ୍ୟଟକଙ୍କ ଯାତାୟତ ବ୍ୟବସ୍ଥାକୁ ସୁବିଧା କରିବା ଲାଗି ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର ରଖିବାକୁ ଏସ୍‌ପି/କମାଣ୍ଡାଣ୍ଟ ସ୍ତରୀୟ ଜଣେ ଅଧିକାରୀ, ଅତିରିକ୍ତ ଏସ୍‌ପି/ଡିସି ସ୍ତରୀୟ ୨ଜଣ ଅଧିକାରୀ, ଡିଏସ୍‌ପି/ଏସି ସ୍ତରୀୟ ୬ ଜଣ ଅଧିକାରୀ, ୧୦ ଜଣ ଇନ୍ସପେକ୍ଟର, ୮୭ ଜଣ ଏସଆଇ/ଏଏସଆଇ, ୧୪୦ ଜଣ କନେଷ୍ଟବଳ, ୪୦୬ ଜଣ ହୋମଗାର୍ଡ ଓ ୮ ପ୍ଲାଟୁନ୍ ପୋଲିସ ଓ ୨ ଜଣ ସେକ୍ସନ ଫୋର୍ସଙ୍କୁ ନିଯୁକ୍ତ କରାଯାଇଛି । 

ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ସହଯୋଗ ବ୍ୟବସ୍ଥା ରହିଛି । ଅତିରିକ୍ତ ଏସ୍‌ପି/ଡିସି ସ୍ତରୀୟ ଜଣେ ଅଧିକାରୀ, ଡିଏସ୍ପି/ଏସି ସ୍ତରୀୟ ଜଣେ ଅଧିକାରୀ, ଜଣେ ଇନ୍ସପେକ୍ଟର, ୧୭ ଜଣ ଏସଆଇ/ଏଏସଆଇ ଓ ୨୪ ଜଣ କନଷ୍ଟେବଳ ସମେତ, ୩୮ ଜଣ ହୋମଗାର୍ଡ, ଗୋଟେ ପ୍ଲାଟୁନ୍ ଫୋର୍ସ ଓ ୨ ଜଣ ସେକ୍ସନ ଅଫିସର ନିଯୁକ୍ତ ହୋଇଛନ୍ତି । ମୋଟ୍ ଏସ୍‌ପି/କମାଣ୍ଡାଣ୍ଟ  ସ୍ତରୀୟ ୪ ଜଣ ଅଧିକାରୀ, ଅତିରିକ୍ତ ଏସ୍‌ପି/ଡିସି ସ୍ତରୀୟ ୧୫ ଜଣ ଅଧିକାରୀ, ଡିଏସ୍‌ପି/ଏସି ସ୍ତରୀୟ ୩୦ ଜଣ ଅଧିକାରୀ, ୬୭ ଜଣ ଇନ୍ସପେକ୍ଟର, ୩୪୮ ଜଣ ଏସଆଇ/ଏଏସଆଇ, ୬୫ ଜଣ ହାବିଲଦାର, ୪୨୮ ଜଣ କନେଷ୍ଟବଳ, ୬୧୮ ଜଣ ହୋମଗାର୍ଡ, ୫୨ ଜଣ ଟ୍ରାଫିକ କନେଷ୍ଟବଳଙ୍କ ସମେତ ମୋଟ୍ ୭୦ ପ୍ଲାଟୁନ୍ ଓ ଜଣେ ସେକ୍ସନ ଫୋର୍ସ ମୁତୟନ କରାଯାଇଛି । 

You Can Read:

ଜମିଜମା ବିବାଦକୁ ନେଇ ପୁତୁରା ଉପରେ ପେଟ୍ରୋଲ ଢ଼ାଳି ଜାଳିଦେଲେ, ଭୟରେ କୀଟନାଶକ ପିଇଦେଲେ ବଡ ବାପା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.