ନୂଆଁଖାଇରେ ବଲାଙ୍ଗିରରେ ଦୁର୍ଘଟଣା : ଦୁଇ କାର୍ ମୁହାଁମୁହିଁ ଧକ୍କା, ୭ ଗୁରୁତର

Published By : Prameya-News7 Bureau | August 28, 2025 IST

ବଲାଙ୍ଗିର ୨୮।୮: ନୂଆଁଖାଇରେ ଜାତୀୟ ରାଜପଥରେ ଦୁର୍ଘଟଣା । ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଦୁଇ କାର୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୭ ଗୁରୁତର ।  

ବଲାଙ୍ଗିର ପଟରୁ ଓ ସମ୍ବଲପୁର ପଟରୁ ଆସୁଥିବା କାର୍ ମୁହାଁମୁହିଁ ଧକ୍କା ହୋଇଛି । ଗୁରୁତର ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣାରେ ଗୁରୁତର ହେଲେ ଅଗଲପୁର ଥାନା ଅନ୍ତର୍ଗତ ରୋତ ଗ୍ରାମର ମଣ୍ଟୁ ପଟେଲ, ସବିତା ପଟେଲ ନିଲମ ପଟେଲ ସରୋଜ ପଟେଲ, ଅନ୍ୟ ଗାଡିରେ ଥିବା ଲୋକଙ୍କ ପରିଚୟ ମିଳିପାରି ନାହିଁ । ତେବେ ରୋଗୀଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିକି ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟୁଥିବା ଜଣାପଡିଛି । 

You Can Read:

ପୁରୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଗୋଡେଇ ଗୋଡେଇ ଗାଡ଼ି ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.