ଦିଲ୍ଲୀରେ ଖ୍ରୀଷ୍ଟମାସ୍ ଏବଂ ନୂଆ ବର୍ଷ ପାର୍ଟିରେ ଫୁଟିବନି ବାଣ, ଗୋଆ ନାଇଟ୍ କ୍ଲବ ଦୁର୍ଘଟଣା ପରେ ବଡ଼ ନିଷ୍ପତ୍ତି

NEWS7
6800-crore-rupees-from-narayana-murthys-family-collapsed

ନୂଆଦିଲ୍ଲୀ ୧୪।୧୨; ୨୦୨୫ ସରିବାକୁ ଯାଉଛି। ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀ ନୂତନ ବର୍ଷକୁ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛି। ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଳନ ପାଇଁ ଦିଲ୍ଲୀର କ୍ଲବ, ରେଷ୍ଟୁରାଣ୍ଟ ଏବଂ ହୋଟେ ସଜେଇ ହୋଇଛି। ତେବେ ଏହି ବର୍ଷର ଉତ୍ସବରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଏବେ ଏହି ସମସ୍ତ ସ୍ଥାନରେ ବାଣ ଫୁଟାଇବା ଉପରେ କଡ଼ା ନିଷେଧ ରହିଛି। ନିକଟରେ ଗୋଆର ଏକ ନାଇଟ୍ କ୍ଲବରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଡିସେମ୍ବର ୧୦ ତାରିଖରେ ଦିଲ୍ଲୀ ଅବକାରୀ ବିଭାଗ ସମସ୍ତ ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟ ଲାଇସେନ୍ସ ଧାରକଙ୍କୁ କଡ଼ା ଚେତାବନୀ ଦେଇଛି। ବିଭାଗ ନିର୍ଦ୍ଦେଶ ଦେଇଛି ଯେ ଆବଶ୍ୟକ ଏବଂ ସମସ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଆବଶ୍ୟକ। ଏହି ନିୟମ ଉଲ୍ଲଂଘନ କଲେ ଦିଲ୍ଲୀ ଅବକାରୀ ଆଇନ, ୨୦୦୯ ଏବଂ ନିୟମ ୨୦୧୦ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ଅବହେଳା ଦେଖାଯାଏ, ତେବେ ସମ୍ପୃକ୍ତ ପ୍ରତିଷ୍ଠାନର ଲାଇସେନ୍ସକୁ ନିଲମ୍ବିତ କିମ୍ବା ବାତିଲ କରାଯାଇପାରେ।

ନିକଟରେ ଗୋଆର ଏକ ନାଇଟ୍ କ୍ଲବରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣାରେ ଅତି କମରେ ୨୫ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଅବକାରୀ ବିଭାଗ ସ୍ପଷ୍ଟ କରିଛି ଯେ ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ ପାର୍ଟି ସମୟରେ ସୁରକ୍ଷା ସହିତ କୌଣସି ସାଲିସ କରାଯିବ ନାହିଁ। ବିଭାଗ ନିଷ୍ପତ୍ତି ନେଇଛି, ରାଜଧାନୀର କ୍ଲବ, ରେଷ୍ଟୁରାଣ୍ଟ ଏବଂ ବାର ଗୁଡ଼ିକରେ ଉତ୍ସବ ନାମରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ସମସ୍ତ ପ୍ରତିଷ୍ଠାନକୁ ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ି ପାଳନ କରିବାକୁ ପଡିବ।