ରନ୍ଧନ ଗ୍ୟାସ ସଙ୍କଟକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏଲପିଜି ପାଇଁ...

NEWS7
68-pakistani-hindus-come-to-take-dip-in-mahakumbha

ଭୁବନେଶ୍ବର: ଇରାନ୍ ଯୁଦ୍ଧ ପାଇଁ ଏବେ ଭାରତର ପ୍ରାୟ ସବୁ ରାଜ୍ୟରେ ଦେଖାଦେଇଛି LPG ସଂକଟ । ବିଭିନ୍ନ ଗ୍ୟାସ୍ ଏଜେନ୍ସି ବାହାରେ ସିଲିଣ୍ଡର ପାଇଁ ଦେଖିବାକୁ ମିଳୁଛି ଲୋକଙ୍କ ଲମ୍ବା ଲାଇନ୍ । ବିଭିନ୍ନ ସ୍ଥାନରେ ଗ୍ୟାସ ସିଲିଣ୍ଡରର କଳାବଜାରୀ ଅଭିଯୋଗ ଆସୁଛି । ଓଡ଼ିଶାରେ ମଧ୍ୟ LPG ଅଭାବ ଯୋଗୁ ଅନେକ ଅସୁବିଧା ଦେଖିବାକୁ ମିଳୁଛି। ତେବେ ଏହାରି ମଧ୍ୟରେ ରନ୍ଧନ ଗ୍ୟାସକୁ ନେଇ ଆତଙ୍କିତ ନହେବା ଅପିଲ୍ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

ମନ୍ତ୍ରୀ କହିଛନ୍ତି ‘ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ ଅଛି। କୌଣସି ପ୍ରକାର ଭୟଭୀତ ହେବାର ଆବଶ୍ୟକତା ନାହିଁ। କିଛି ଲୋକ ଭାବୁଛନ୍ତି ଇମରଜେନ୍ସି ଆସିଗଲା, ଘରେ ତିନି-ଚାରିଟା ସିଲିଣ୍ଡର ରଖୁଛନ୍ତି। ସେମିତି କରନ୍ତୁ ନାହିଁ। ଯେତିକି ଆବଶ୍ୟକ ସେତିକି ଅର୍ଡର ଦିଅନ୍ତୁ।  ପାରାଦୀପରୁ ପାଇପଲାଇନରୁ ଗ୍ୟାସ ଆସୁଛି। ଗ୍ୟାସର ଅଭାବ ଆଦୌ ହେବନାହିଁ। ତେଣୁ ଭୟଭୀତ ନହୋଇ ଗ୍ୟାସ ବୁକ କରନ୍ତୁ ନାହିଁ। ’’

ମନ୍ତ୍ରୀ ଆହୁରି କହିଛନ୍ତି ଆମେ ସ୍ଥିତି ଉପରେ ନଜର ରଖିଛୁ। ଯେଉଁ ଏଜେନ୍ସୀମାନେ ଗ୍ୟାସ ଥାଇ କହୁଛନ୍ତି ଗ୍ୟାସ୍ ନାହିଁ ସେମାନଙ୍କ ଉପରେ ଆକ୍ସନ ନିଆଯିବ। ଯେଉଁମାନେ କଳାବଜାରୀ କରୁଛନ୍ତି  ତାଙ୍କ ଉପରେ ଆକ୍ସନ ନିଆଯିବ। ଅଧିକାରୀମାନେ ଆଲର୍ଟ ଅଛନ୍ତି। ଅଭିଯୋଗ ଆସିବାମାତ୍ରେ କାର୍ଯ୍ୟାନୁଷ୍ଠାନ ହେବ।’’