ସିଲେକ୍ସନ ପରେ ଇଶାନ ଖୁସି : ମାଆ ବଖାଣିଲେ ପୁଅ ଆଖିରେ ଦେଖିଥିବା ଲୁହ, ଭଗବାନଙ୍କୁ କହିଲେ...

NEWS7
68-pakistani-hindus-come-to-take-dip-in-mahakumbha

ନୂଆଦିଲ୍ଲୀ, ୨୧/୧୨: ଦୀର୍ଘ ଦିନ ଧରି ବନବାସର ହୋଇଛି ଅନ୍ତ । ଟିମକୁ ଫେରିଛନ୍ତି ଇଶାନ କିଷାନ । ଘରୋଇ ମୁକାବିଲାରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ ଦଳରେ ସୁଯୋଗ ମିଳିଛି । ଯାହାକୁ ନେଇ ଫ୍ୟାନ୍ସ ବି ଖୁସି । ତେବେ ଅନେକ ବର୍ଷ ଧରି ତାଙ୍କୁ ସୁଯୋଗ ମିଳୁନଥିଲା । ଆଉଟ୍ ଅଫ୍ ଫର୍ମ ହେଲା ପରେ କ୍ୟାରିଅରରେ ଲାଗିଥିଲା ବ୍ରେକ୍ । ହେଲେ ନିଜ ବ୍ୟାଟରେ ସେ ପୁଣି ଥରେ ପ୍ରମାଣିତ କରିଛନ୍ତି । ଫଳରେ ସିଲେକ୍ଟର ତାଙ୍କୁ ବିଶ୍ୱକପ୍ ପାଇଁ ଚୟନ କରିଛନ୍ତି ।

ତେବେ ଦଳରେ ସାମିଲ ହେଲା ପରେ ଇଶାନ୍ ପୁରା ଖୁସ୍ । ଯାହାକୁ ନେଇ ସେ ଗଣମାଧ୍ୟମରେ କହିଛନ୍ତି ଯେ, ସେ ବହୁତ ଆନନ୍ଦିତ ଅଛନ୍ତି । ସ୍ମାଟ୍ ଟ୍ରଫିରେ ତାଙ୍କ ଘରୋଇ ଟିମ୍ ଝାଡଖଣ୍ଡ ଭଲ ପ୍ରଦର୍ଶନ କରିଛି । ଏହା ମଧ୍ୟ ତାଙ୍କୁ ଖୁସି ପ୍ରଦାନ କରିଛି । ଦଳରେ ସମସ୍ତେ ଭଲ ପ୍ରଦର୍ଶନ କରିଥିଲେ ।

ବାମହାତୀ ବ୍ୟାଟର ଇଶାନ ଶେଷ ଥର ପାଇଁ ୨୦୨୩ରେ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ । ହେଲେ ୨୦୨୫-୨୬ ସ୍ମାଟ୍ ସିରିଜରେ ଘରୋଇ ଝାଡଖଣ୍ଡ ପାଇଁ ସେ ୧୦ଟି ମ୍ୟାଟରୁ ୫୧୭ ରନ୍ କରିଥିଲେ । ବ୍ୟାଟିଂ ଆଭରେଜ୍ ୫୭ରୁ ଅଧିକ ରହିଥିଲା । ଏଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଧଶତକ ସାମିଲ ଥିଲା । ଯାହା ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲା ।

ଖାଲି ଇଶାନ ନୁହେଁ ତାଙ୍କ ମାଆ ମଧ୍ୟ ପୁଅର ଟିମକୁ ଫେରିବାରେ ଖୁସି ବ୍ୟକ୍ତ କରିଛନ୍ତି । ପୁଅର ସିଲେକ୍ସନ ବାବଦରେ ପ୍ରଶ୍ନ କରାଯିବା ପରେ ସେ ଭାବବିହ୍ୱଳ ହୋଇଯାଇଥିଲେ । ଆଉ କହିଥିଲେ ଅଧିକ କିଛି କହିବିନି । ଭଗବାନଙ୍କୁ ବହୁତ ଡାକୁଥିଲି । ପୁଅ ବହୁତ ପରିଶ୍ରମ କରୁଥିଲା । ଟିମରେ ସୁଯୋଗ ମିଳୁନଥିବାରୁ ତା ଆଖିରେ ଅନେକ ଥର ଲୁହ ଦେଖିଛି । ଏବେ ଭଗବାନ ପୁଅର ଡାକ ଶୁଣିଥିବା ସେ କହିଛନ୍ତି ।