ନୂଆଦିଲ୍ଲୀ: ଆମେରିକାର ଏୟାର ଷ୍ଟ୍ରାଇକ୍ରେ ଜେଲ୍ରେ ଥିବା ୬୮ ଆଫ୍ରିକୀୟ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ଏବଂ ୪୭ ଜଣ ଆହତ ହୋଇଛନ୍ତି। ସୋମବାର ୟେମେନର ହୁତି ବିଦ୍ରୋହୀମାନେ ଆମେରିକା ବିରୋଧରେ ଏହି ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଉପରେ ଆମେରିକା ସେନା ପକ୍ଷରୁ ହଠାତ୍ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ହୁତିମାନଙ୍କ ଗଡ଼ କୁହାଯାଉଥିବା ୟେମେନର ଉତ୍ତର ରାଜ୍ୟ ସାଦା ଉପରେ ଏହି ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣ ଆଫ୍ରିକୀୟ ପ୍ରବାସୀଙ୍କୁ ରଖାଯାଇଥିବା ଏକ ଡିଟେନସନ ସେଣ୍ଟର ଉପରେ କରାଯାଇଥିଲା। ରିପୋର୍ଟ ଅନୁସାରେ, ଏହି ଜେଲରେ ୧୧୫ ଜଣ କଏଦୀ ଥିଲେ, ଯେଉଁଥିରୁ ୪୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି।
ଆହତମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ୟେମେନର ଅଲ୍ ମାସିରାଦ ଟିଭି ଆକ୍ରମଣର ଫୁଟେଜରେ ଶେୟାର କରିଛି। ଯେଉଁଥିରେ ସାଦାରେ ଥିବା ଡିଟେନସ ସେଣ୍ଟର ଉପରେ ବୋମା ମାଡ଼ ପରେ ଅନେକ ମୃତଦେହ ଓ ଭଗ୍ନାଂଶରେ ପଡ଼ିଥିବା ଦେଖିବାକୁ ମିଳିଛି। ସାଦାସ୍ଥିତ ଜେନେରାଲ ରିପବ୍ଲିକାନ୍ ହସ୍ପିଟାଲ୍ ଟେଲିଗ୍ରାମରେ ଏକ ପୋଷ୍ଟରେ କହିଛି ଯେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅତି କମରେ ୫୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପଢନ୍ତୁ- ହଜ୍ ପୂର୍ବରୁ ପାକିସ୍ତାନକୁ ଝଟ୍କା, ସାଉଦି ଯାଇପାରିବେନି ୬୭ ହଜାରରୁ ଅଧିକ ପାକିସ୍ତାନୀ
ତେବେ ଏହି ଘଟମାରେ ଆମେରିକା ସେଣ୍ଟ୍ରାଲ କମାଣ୍ଡ(ସେଣ୍ଟକମ୍) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଏହା ପୂର୍ବୁର ମଧ୍ୟ ସେଣ୍ଟ ଏୟାର ଷ୍ଟ୍ରାଇକ୍ ନେଇ କୌଣସି ସୂଚନା ଦେବ ନାହିଁ ବୋଲି କହିଥିଲା। ଏନେଇ ଏକ୍ସରେ ଏକ ପୋଷ୍ଟ କରି ସେଣ୍ଟମ ଲେଖିଥିଲା ମାର୍ଚ୍ଚ ୧୫ ଠାରୁ, ଆମେରିକାର କେନ୍ଦ୍ରୀୟ କମାଣ୍ଡ (USCENTCOM) ସମୁଦ୍ର ପଥଗୁଡ଼ିକୁ ମୁକ୍ତ କରିବା ପାଇଁ ୟେମେନରେ ହୁଥି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଏକ ଆକ୍ରମଣାତ୍ମକ ଏବଂ ନିରନ୍ତର ଅଭିଯାନ ଚଳାଇଛି। ଏହି ଅପରେସନ୍ ସଠିକ୍ ଏବଂ ବିସ୍ତୃତ ଗୁଇନ୍ଦା ସୂଚନା ଆଧାରରେ କରାଯାଉଛି। ଫଳରେ ଏହାଦ୍ୱାରା ହୁତିଙ୍କ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଇପାରିବ ଯେଉଁଥିରେ ସାଧାରଣ ନାଗରିକଙ୍କର କମ କ୍ଷତି ହେବ।
ଯେପର୍ଯ୍ୟନ୍ତ ହୁତି ବିଦ୍ରୋହୀମାନେ ସମୁଦ୍ର ପଥକୁ ଅବରୋଧ କରିଚାଲିବେ, ଆମେ ସେମାନଙ୍କ ଉପରେ ଚାପ ବୃଦ୍ଧି କରିବୁ ଏବଂ ସେମାନଙ୍କ ଶକ୍ତିକୁ ଦୁର୍ବଳ କରିବୁ ବୋଲି ସେଣ୍ଟକମ କହିଛି। ଆମେରିକା ହୁତି ବିଦ୍ରୋହୀଙ୍କୁ ଦମନ କରିବା ପାଇଁ 'ରଫ୍ ରାଇଡର୍' ନାମକ ଅପରେସନ୍ ଚଳାଇଛି। ଅପରେସନ ଆରମ୍ଭ ହେବା ପରଠାରୁ, ଏପର୍ଯ୍ୟନ୍ତ ଆମେରିକୀୟ ସେନା ୮୦୦ରୁ ଅଧିକ ହୁତି ଆଡ୍ଡ ସ୍ଥଳ ଉପରେ ଟାର୍ଗେଟ୍ କଲାଣି। କେତେବେଳେ ମିସାଇଲ୍ ମାଡ ତ ଆଉ କେତବେଳେ ଡ୍ରୋମ ସାହାଯ୍ୟରେ ଆକ୍ରମଣ କରାଯାଉଛି। ଏଥିରେ ଅନେକ ହୁତି ଲିଡରଙ୍କର ମୃତ୍ୟୁ ହେଲାଣି।
ପଢନ୍ତୁ- ଯଦି ପ୍ରତିଶୋଧ ନେବ ଭାରତ… ୭୮ ବର୍ଷ ପଛକୁ ଚାଲିଯିବ ପାକିସ୍ତାନ
ୟେମେନ ଯୁଦ୍ଧ ମଧ୍ୟରେ ବଳୁ ପଡ଼ୁଛନ୍ତି ଆଫ୍ରିକୀୟ ପ୍ରବାସୀ
ବର୍ଷ ବର୍ଷ ଧରି ଇଥିଓପିଆ ଏବଂ ଅନ୍ୟାନ୍ୟ ଆଫ୍ରିକୀୟ ପ୍ରବାସୀମାନେ ସାଉଦି ଆରବରେ କାମ ଆଶାରେ ଯୁଦ୍ଧଗ୍ରସ୍ତ ଦେଶ ୟେମେନରେ ଆସି ପହଞ୍ଚୁଛନ୍ତି। ଆଉ ହୁତି ବିଦ୍ରୋହୀମାନେ ସୀମା ଦେଇ ପ୍ରବାସୀଙ୍କୁ ଚାଲାଣ କରି ସପ୍ତାହକୁ ହଜାର ହଜାର ଡଲାର ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଯୁଦ୍ଧ ସମୟରେ ଇଥିଓପିଆରୁ ଆସିଥିବା ପ୍ରବାସୀମାନଙ୍କୁ ସାଉଦି ଆରବରେ ଏବଂ ୟେମେନରେ ଅଟକ ରଖାଯାଇ ନିର୍ଯାତନା ଦେବା ସହିତ ସେମାନଙ୍କୁ ହତ୍ୟା ବି କରାଯାଉଛି।
୩ ଅକ୍ଟୋବର ୨୦୨୨ରେ ଜାତିସଂଘ ପକ୍ଷରୁ ସାଉଦି ଆରବକୁ ଏକ ଚିଠି ଲେଖି ଏନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଜାତିସଂଘର ଟିମ୍ ତଦନ୍ତ କରିବା ପରେ ଜଣାପଡ଼ିଥିଲା ଯେ ସାଉଦି ସୁରକ୍ଷା ବାହିନୀ ସୀମା ପାର୍ରେ ଗୁଳିଗୁଳା ମାଡ଼ କରୁଛନ୍ତି। ଏଥିରେ ୪୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୫୦ ଜଣ ପ୍ରବାସୀ ଆହତ ହୋଇଥିଲେ। ହେଲେ ସାଉଦୀ ଆରବ କିନ୍ତୁ ପ୍ରବାସୀଙ୍କ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଥିଲା। ତେବେ ଉକ୍ତ ଅଞ୍ଚଳର ଦଶନ୍ଧୀ ଧରି ଏଭଳି ଆଫ୍ରିକୀୟଙ୍କ ମୃତ୍ୟୁ ହେଉଛି।