ଲୋକସଭାକୁ ଆସିଲେ ବାଚସ୍ପତି ଓମ ବିରଳା, ସଦନ ପରିଚାଳନା ନେଇ ଦେଲେ ସ୍ପଷ୍ଟିକରଣ

NEWS7
68-killed-47-injured-in-us-airstrike-on-migrants-prison-in-yemen-claims-houthis

  • ବାଚସ୍ପତି ଓମ ବିରଳା ସ୍ପଷ୍ଟ କରିଛନ୍ତି ଯେ ସଦନର କାର୍ଯ୍ୟ ନିୟମ ଅନୁସାରେ ଚାଲିଥାଏ
  • କୌଣସି ସଦସ୍ୟଙ୍କୁ କୌଣସି ବିଷୟରେ କୌଣସି ସମୟରେ କହିବାର ବିଶେଷାଧିକାର ନାହିଁ
  • ସେ କହିଛନ୍ତି ବାଚସ୍ପତି ପଦ କୌଣସି ବ୍ୟକ୍ତିଙ୍କର ନୁହେଁ ବରଂ ଏହା ସଦନର ପ୍ରତିଷ୍ଠାର ପ୍ରତୀକ

ନୂଆଦିଲ୍ଲୀ ୧୨।୩: ଲୋକସଭା ବାଚସ୍ପତି ଓମ ବିରଳା ଗୁରୁବାର ଲୋକସଭାକୁ ଆସିଛନ୍ତି। ଏହି ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ ସଦନର କାର୍ଯ୍ୟ ନିୟମ ଅନୁସାରେ ଚାଲିଥାଏ ଓ କୌଣସି ସଦସ୍ୟଙ୍କୁ କୌଣସି ବିଷୟରେ କୌଣସି ସମୟରେ କହିବାର ବିଶେଷାଧିକାର ନାହିଁ। ଏହି ବୟାନ ସେ ତାଙ୍କ ବିରୋଧରେ ଆଗତ ଅବିଶ୍ୱାସ ପ୍ରସ୍ତାବ ଲୋକସଭାରେ ଖାରଜ ହେବାର ଦିନକ ପରେ ଦେଇଛନ୍ତି। ସେ କହିଛନ୍ତି ବାଚସ୍ପତି ପଦ କୌଣସି ବ୍ୟକ୍ତିଙ୍କର ନୁହେଁ ବରଂ ଏହା ସଦନର ପ୍ରତିଷ୍ଠାର ପ୍ରତୀକ।

ସେ କହିଛନ୍ତି ଯେ ଲୋକସଭା ନିଜର ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରିବ, ତେଣିକି ଏହା କୌଣସି ସଦସ୍ୟଙ୍କୁ ସ୍ୱୀକାର ହେଉ ଅଥବା ନ ହେଉ। ସେ ଏହା ମଧ୍ୟ କହିଛନ୍ତି ଯେ ଗୃହର କାର୍ଯ୍ୟକ୍ରମକୁ ସେ ବିଶ୍ୱସ୍ଥ ଓ ନିରପେକ୍ଷ ଭାବେ ସଞ୍ଚାଳନ କରିବେ। ଏହି ସଦନର କୌଣସି ସଦସ୍ୟ ଏହି ନିୟମ ପରିସରରୁ ବାହାରେ କହିବାର ବିଶେଷାଧିକାର ରଖନ୍ତି ନାହିଁ। ଏହି ଅବସରରେ ବାଚସ୍ପତି ସେହି ସଦସ୍ୟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ଯେଉଁମାନେ ତାଙ୍କ ପ୍ରତି ବିଶ୍ୱାସ ସ୍ଥାପନ କରିଛନ୍ତି। ସେ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଯେଉଁମାନେ ଉଭୟ ତାଙ୍କ ସମର୍ଥନ ଓ ବିରୋଧରେ କହିଛନ୍ତି।

ବିରୋଧୀ ବାଚସ୍ପତିଙ୍କ ବିରୋଧରେ ଫେବୃଆରୀ ୧୦ ତାରିଖରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବା ପରେ ବିରଳା ଗୁରୁବାର ପ୍ରଥମ ଥର ଗୃହକୁ କାର୍ଯ୍ୟକ୍ରମ ସଞ୍ଚାଳନ କରିବାକୁ ଆସିଛନ୍ତି। ବିରଳା କହିଛନ୍ତି ଯେ ଗତ ଦୁଇ ଦିନର ବିତର୍କ କାଳରେ କେତେକ ସଦସ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସଦନର କହିବାକୁ ପର୍ଯ୍ୟାପ୍ତ ଅବସର ମିଳୁନଥିବା ଓ ତାଙ୍କୁ ଯେତେବେଳେ ଇଛା ସେତେବେଳେ କହିବାକୁ ଅନୁମତି ଦେବା ନିମନ୍ତେ ଦାବି କରିଛନ୍ତି। ତେବେ ବାଚସ୍ପତି କହିଛନ୍ତି ଯେ ସଦନରେ ସମସ୍ତଙ୍କୁ କହିବାର ଅନୁମତି ଅଛି ହେଲେ ଏଥି ପାଇଁ ନିୟମ ଓ ବିନିୟମକୁ ପାଳନ କରି ସେ କହି ପାରିବେ।

କେହି ସଦସ୍ୟ ଏପରିକି ପ୍ରଧାନମନ୍ତ୍ରୀ ଅଥବା କୌଣସି ମନ୍ତ୍ରୀ ଅଧ୍ୟକ୍ଷଙ୍କ ଅନୁମତି ବିନା ଗୃହରେ କିଛି କହି ପାରିବେ ନାହିଁ। ସଦନର କୌଣସି ସଦସ୍ୟ କୌଣସି ବିଷୟରେ ଯେ କୌଣସି ସମୟରେ କହିବାର ବିଶେଷାଧିକାର ନାହିଁ। ସେ କେବଳ ସେତେବେଳେ କହି ପାରିବେ ଯେତେବେଳେ ବାଚସ୍ପତି ତାଙ୍କୁ ଅନୁମତି ଦେବେ। ବିରଳା କହିଛନ୍ତି ଯେ ସାଂସଦ ସଦନରେ କହିବାକୁ ସ୍ୱାଧୀନ, ତେବେ ତାଙ୍କୁ ନିୟମ ପାଳନ କରିବାକୁ ପଡିବ। ଏହି ଅବସରରେ ବାଚସ୍ପତି କିଛି ସଦସ୍ୟଙ୍କ ମାଇକ୍ରୋଫୋନ ସ୍ୱିଚ୍ ଅପ କରିଦେବା ସମ୍ପର୍କରେ ମଧ୍ୟ ବୟାନ ଦେଇଛନ୍ତି। କହିଛନ୍ତି ମୋ ପାଖରେ କାହାର ମାଇକ୍ରୋଫୋନ ଅନ ଅଥବା ଅପ କରିବାର ସ୍ୱିଚ୍ ନାହିଁ। ମାଇକ୍ରୋଫୋନ ସେତେବେଳେ ଚାଲୁ ହୁଏ ଯେତେବେଳେ ବାଚସ୍ପତି କାହାକୁ କହିବାକୁ ଅନୁମତି ଦିଅନ୍ତି।

ସେହିପରି ରାହୁଲ ଗାନ୍ଧି ୨୦୨୦ ଭାରତ-ଚୀନ ସଂଘର୍ଷ ଉପରେ ପୂର୍ବତନ ସେନା ମୁଖ୍ୟ ଏମ.ଏମ. ନରୱାଣେଙ୍କ ଅପ୍ରକାଶିତ ଆତ୍ମକଥା ଉପରେ ଆଧାରିତ ଏକ ପତ୍ରିକାର ସନ୍ଦର୍ଭ ପ୍ରସ୍ତୁତ କରିବାର ଅନୁମତି ନ ମିଳିବା ଦାବିର ମଧ୍ୟ ଜବାବ ଦେଇଛନ୍ତି। ଏଥିପାଇଁ ସେ ଅତୀତରେ ବାଚସ୍ପତିଙ୍କ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତିର ଉଦାହରଣ ଦେଇଛନ୍ତି। ବିରଳା ତାଙ୍କ ବକ୍ତବ୍ୟ ସମାପ୍ତ କରିବା ପରେ ମଧ୍ୟାହ୍ନ ବିରତୀ ପାଇଁ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ।

Also Read..
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ