କମ୍ବିଂ ଅପରେସନ ଧରାପଡିଲେ ୬ ହାର୍ଡକୋର ମାଓବାଦୀ, ଦୁଇ ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି

Published By : Prameya-News7 Bureau | July 10, 2025 IST

ମାଲକାନଗିରି ୧୦।୭: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୬ ଜଣ ହାର୍ଡକୋର ମାଓବାଦୀ । ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ମୁଣ୍ଡ ଉପରେ ପୂର୍ବରୁ ଏକ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । କୋଣ୍ଟା ଥାନା ଅଞ୍ଚଳରୁ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ବେଜି ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ନକ୍ସଲ ମାନେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଲାଗି ପାଖରେ ରଖିଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଗିରଫ ମାଓବାଦୀ ମାନେ ହେଲେ କୁଞ୍ଜାମ ମୁକା, ମାଡଭି ମୁଇୟା, ସୋଡି ଚନ୍ଦ୍ରୁ, ମୁଚାକି ଲଖମା, ସୋଡି ଦେବା ଓ ସିଙ୍ଗା ସୋଡି । ଗିରଫ ପରେ ଜଙ୍ଗଲ ଭିତରୁ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ ବୋମା, ୭ ମିଟର କୋଡେକ୍ସ ତାର, ୧୫ ମିଟର ବୈଦ୍ୟୁତିକ ତାର, ୫ଟି ଡିଟୋନିଟର ଜବତ କରାଯାଇଛି ।

You Can Read:

ଏମ୍‌ସିଏଲ୍ ଚିଫ୍ ମ୍ୟାନେଜରଙ୍କୁ ଉଠାଇନେଲା ସିବିଆଇ, ବିସ୍ଥାପିତଙ୍କ ଠାରୁ ନେଉଥିଲେ ୨୦ହଜାର ଟଙ୍କା ଲାଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.