LIVE TV
LIVE TV

ଶ୍ରୀମନ୍ଦିର ପ୍ରସଙ୍ଗରେ ନିଜର ଭୁଲ୍ ସ୍ଵୀକାର କଲେ ଶୁଭଙ୍କର, ଡିଲିଟ୍ କଲେ ଭିଡିଓ

NEWS7
5g-connection-to-reach-3-5-billion-globally-350-million-in-india-by-2026

ପୁରୀ: ଶ୍ରୀମନ୍ଦିର ପ୍ରସଙ୍ଗରେ ଭୁଲ୍ ତଥ୍ୟ ପ୍ରସଙ୍ଗ ଦେଇ ହରଡ଼ଘଣାରେ ପଡ଼ିଥିବା ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା ନିଜର ଭୁଲ୍ ସ୍ଵୀକାର କରିଛନ୍ତି। ନିଜ ୟୁଟ୍ୟୁବ୍ ଆଇଡିରେ ଭିଡିଓ କରି କ୍ଷମା ମାଗିଛନ୍ତି। ଏହା ସହିତ ଭୁଲ୍ ତଥ୍ୟ ପ୍ରଦାନ କରିଥିବା ଭିଡିଓ ବି ଡିଲିଟ କରିଛନ୍ତି। ଶୁଭଙ୍କର ମିଶ୍ରାଙ୍କ ନାଁରେ ସିଂହଦ୍ୱାରା ଥାନାରେ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏହି ଏତଲା ଦେଇଥିଲେ।

ଶ୍ରୀମନ୍ଦିର ପ୍ରସଙ୍ଗରେ ଭୁଲ୍ ତଥ୍ୟ ଦେବା ନେଇ ଶୁଭଙ୍କର ମିଶ୍ରଙ୍କ ନାଁରେ ଓଡ଼ିଶାର ଜନମାନସରେ ବିରୋଧର ସ୍ଵର ଉଠୁଥିଲା। ଶୁଭଙ୍କର ମିଶ୍ର ଯିଏ ବହୁତ ତର୍ଜମା ଏବଂ ବିଶ୍ଳେଷଣ କରି ଖବର ଲୋକଙ୍କ ନିକଟରେ ସଠିକତାର ସହ ଉପସ୍ଥାପନ କରନ୍ତି, ସେ କେମିତି ଶ୍ରୀମନ୍ଦିରକୁ ଏହିପରି ଭାବେ ଅରୁଚିକର ଏବଂ ଭ୍ରମାତ୍ମକ ମନ୍ତବ୍ୟ ଦେଲେ। ସାମାଜିକ ଗଣମାଧ୍ୟମରେ ଜଗନ୍ନାଥପ୍ରେମୀ ଶୁଭଙ୍କର ମିଶ୍ରଙ୍କୁ ଖୁବ୍ ସମାଲୋଚନା କରିବା ସହ ଟ୍ରୋଲ କରିଥିଲେ। ଏହା ପରେ ମଙ୍ଗଳବାର ସନ୍ଧ୍ୟାରେ ଶୁଭଙ୍କର ମିଶ୍ର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଜଗନ୍ନାଥ ମନ୍ଦିରକୁ ନେଇ ଏକ ସ୍ଵତନ୍ତ୍ର ଭିଡିଓ ତିଆରି କରି ନିଜର ଭୁଲ ସ୍ଵୀକାର କରିବା ସହ କ୍ଷମା ମାଗିଛନ୍ତି।

ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରା କହିଥିଲେ ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ। ଏଥିସହ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ।

ସେ ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ପରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଶୁଭଙ୍କର ମିଶ୍ରାଙ୍କ ନାଁ ରେ ଏତଲା। ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏତଲା ଦେଇଛନ୍ତି। ଶୁଭଙ୍କରଙ୍କ ଏଭଳି ଟିପ୍ପଣୀ ନିନ୍ଦନୀୟ। ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଷୟରେ ଏଭଳି ଅଶୁଭ ଟିପ୍ପଣୀ ଦେବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।