LIVE TV

ମାର୍ଚ୍ଚ ୫ରେ ନେପାଳ ନିର୍ବାଚନ, ଜାନୁଆରୀ ୨୦ରେ ନାମାଙ୍କନ

NEWS7
5-worker-has-dead-on-car-accident

କାଠମାଣ୍ଡୁ: ନେପାଳରେ ନିର୍ବାଚନ ହେବାକୁ ଯାଉଛି । ମାର୍ଚ୍ଚରେ ହେବାକୁ ଥିବା ସଂସଦୀୟ ନିର୍ବାଚନ ଲାଗି ଇଲେକ୍ସନ କମିଶନ ରବିବାର କାର୍ଯ୍ୟ ସୂଚୀ ଜାରି କରିଛନ୍ତି । ଜାନୁଆରୀ ୨୦, ୨୦୨୬ ସକାଳ ୧୦ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନିଜର ନାମାଙ୍କନ ଭରିପାରିବେ । ସେହିଦିନ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ସୂଚୀ ପ୍ରକାଶ ପାଇବ । କୌଣସି ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ କରିବାକୁ ହେଲେ ଜାନୁଆରୀ ୨୧ରେ କରାଯାଇପାରିବ । ଜାନୁଆରୀ ୨୧ ତାରିଖ ସକାଳ ୧୦ରୁ ଅପରାହ୍ଣ ୩ ମଧ୍ୟରେ ଅଭିଯୋଗ ଗ୍ରହଣ କରିବେ ନିର୍ବାଚନ କମିଶନ । ଯେଉଁ ପ୍ରାର୍ଥୀ ନାମ ପ୍ରତ୍ୟାହାର କରିବାକୁ ଚାହିଁବେ, ସେମାନଙ୍କୁ ଜାନୁଆରୀ ୨୩ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସମୟ ମିଳିବ ।

ଏହା ପରେ ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ସେହି ଦିନ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ । ସେହିଭଳି ନିର୍ବାଚନୀ ଚିହ୍ନ ବଣ୍ଟନ କରାଯିବ । ନିର୍ବାଚନ କମିଶନଙ୍କ ଅନୁସାରେ, ନିର୍ବାଚନ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ । ସକାଳ ୭ରୁ ମତଦାନ ଆରମ୍ଭ ହେବ ଏବଂ ସନ୍ଧ୍ୟ ୫ଟା ଯାଏଁ ଚାଲିବ । ନେପାଳ ସମ୍ବିଧାନ ଅନୁସାରେ, ପ୍ରତିନିଧି ସଭାର ୧୬୫ ସଦସ୍ୟଙ୍କ ଲାଗି ନିର୍ବାଚନ ପ୍ରତ୍ୟେକ୍ଷ ପଦ୍ଧତିରେ ହୋଇଥାଏ ।

ସୂଚନାଯୋଗ୍ୟ, ନେପାଳରେ ଜେନ-ଜି ଆନ୍ଦୋଳନ ତୀବ୍ର ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେପି ଶର୍ମା ଓଲି । ତାଙ୍କର ଇସ୍ତଫା ପରେ ଦେଶରେ ଏକ ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ମାର୍ଚ୍ଚ ୫ରେ ନିର୍ବାଚନ ହେବାକୁ ଯାଉଛି । ତେବେ ଦେଶରେ ବଢ଼ୁଥିବା ଦୁର୍ନୀତି ବିରୋଧରେ ଜେନ-ଜି ରାସ୍ତାକୁ ଓହ୍ଲାଇଥିଲେ । ବହୁ କ୍ଷୟକ୍ଷତିର ସାମ୍ନା କରିଥିଲା ନେପାଳ । ଏହା ପରେ ସୁଶୀଲା କାର୍କୀ ନେପାଳର ଅନ୍ତରୀଣ ସରକାରର ମଙ୍ଗ ସମ୍ଭାଳିଥିଲେ । ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ସୁଶୀଲା କାର୍କି । ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପୀଢ଼ିକୁ ଜେନ୍-ଜି ବା ଜେନେରେସନ୍ ଜେଡ୍ ବୋଲି କୁହାଯାଏ ।