୫ ଷ୍ଟାର ବ୍ୟାଟର; ଓ୍ବାନଡେ କ୍ରିକେଟରେ ଲଗାଇ ପାରିନାହାନ୍ତି, ଗୋଟିଏ ବି ଶତକ

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ ୩୧।୦୮: ସବୁ ବ୍ୟାଟର ନିଜ କ୍ୟାରିୟରରେ ଅଧିକରୁ ଅଧିକ ଶତକ ଲଗାଇବାକୁ ଚାହାଁନ୍ତି । କିଛି ପ୍ଲେୟର ଶତକର ବର୍ଷା କରୁଥିବା ବେଳେ ଆଉ କିଛି ପ୍ଲେୟର ଗୋଟିଏ ଶତକ ପାଇଁ ତରସି ଯାଇଥାନ୍ତି । ଶତକ ସଂଖ୍ୟା ଜଣେ ବ୍ୟାଟରଙ୍କ କ୍ଯାରିଅରକୁ ଦେଇଥାଏ ପରିଚୟ । ଖେଳାଳୀ ଯେତେ ଶତକ ଲଗାନ୍ତି, ସେତେ ବଡ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା ହୁଅନ୍ତି ।


ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି ୧୦୦ଶତକ । ସେହିପରି ବିରାଟ ODIରେ ୫୦ ଶତକ ଲଗାଇଛନ୍ତି । ତେବେ ଅନେକ ବ୍ୟାଟ୍ସମ୍ୟାନ୍ ଏପରି ଅଛନ୍ତି ଯେଉଁମାନେ ODI କ୍ୟାରିୟରରେ ଗୋଟିଏ ବି ଶତକ ଲଗାଇପାରିନାହାନ୍ତି । ଆସନ୍ତୁ ଜାଣିବା ଏପରି ୫ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ବିଷୟରେ. ଯିଏକି ODIରେ ଲଗାଇପାରିନାହାନ୍ତି ଗୋଟିଏ ବି ଶତକ । 

ଲିଷ୍ଟର ପ୍ରଥମରେ ଅଛନ୍ତି ଆଣ୍ଡ୍ରିୟୁ ଜୋନ୍ସ । ନ୍ୟୁଜିଲ୍ୟାଣ୍ଡର ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍ ଭାବରେ ପରିଗଣିତ ହୁଅନ୍ତି । ସେ ୮୭ଟି ଓ୍ବାନଡେ ଖେଳିଛନ୍ତି । ଏଥିରେ ୨୫ଟି ଅର୍ଦ୍ଧ ଶତକ ସାମିଲ ରହିଛି । କିନ୍ତୁ ଏତେ ପରେ ସେ କୌଣସି ଶତକ ଲଗାଇ ପାରିନାହାନ୍ତି । ତାଙ୍କର ସର୍ବାଧିକ ରନ୍‌ ସ୍କୋର ଥିଲା ୯୩ ରନ୍ । ଜୋନ୍ସ ଟେଷ୍ଟ ମ୍ୟାଚରେ ୭ଟି ଶତକ ହାସଲ କରିଛନ୍ତି । ଏଥିରୁ ତିନୋଟି ତ କ୍ରମାଗତ ତିନି ଇନିଂସରେ ଆସିଥିଲା।

ଗ୍ରାହମ୍ ଥୋର୍ପେ ।  ଇଂଲଣ୍ଡର ବ୍ୟାଟସମ୍ୟାନ୍ । ନିକଟରେ ତାଙ୍କର ହୋଇଛି ଦେହାନ୍ତ । ଥୋର୍ପେ ୮୨ଟି ODI ମ୍ୟାଚ୍ ଖେଳି ୨୩୮୦ ରନ୍‌ ସ୍କୋର କରିଥିଲେ । ସେ ୨୧ଟି ଅର୍ଦ୍ଧଶତକ ଲଗାଇଛନ୍ତି । କିନ୍ତୁ ସେ ଶତକ ଛୁଇଁ ପାରିନାହାନ୍ତି । ତାଙ୍କର ସର୍ବାଧିକ ସ୍କୋର ୯୦ ରନ୍‌ ରହିଛି । ଟେଷ୍ଟରେ ତାଙ୍କ ଥୋର୍ପେଙ୍କର ନାଁରେ ୧୬ଟି ଶତକ ରହିଛି । ଏଥିରୁ ଗୋଟିଏ ଦ୍ବିଶତକ ରହିଛି । 

ଇଂଲଣ୍ଡ ବ୍ୟାଟସମ୍ୟାନ୍‌ ମାଇକେଲ୍‌ ୱ । ସୋସିଆଲ ମିଡିଆରେ ସେ ଖୁବ୍‌ ସକ୍ରିୟ । ପୂର୍ବତନ ଇଂରାଜୀ ଅଧିନାୟକ ମାଇକେଲ ୱ ମଧ୍ୟ ODIରେ ଲଗାଇ ପାରିନାହାନ୍ତି ଗୋଟିଏ ବି ଶତକ । ୮୨ଟି ଟେଷ୍ଟ ଖେଳିଛନ୍ତି ୱା । ଏହାବ୍ୟତୀତ ସେ ODIରେ ଖେଳିଥିଲେ ମାତ୍ର ୮୬ଟି ମ୍ୟାଚ୍ । ଏଥିରେ ସେ ୧୬ଟି ଅର୍ଦ୍ଧଶତକ ଲଗାଇଥିବା ବେଳେ ଗୋଟିଏ ମଧ୍ୟ ହାସଲ କରିପାରିନଥିଲେ ଶତକ । ଟେଷ୍ଟରେ ତାଙ୍କ ନାଁରେ ରହିଛି ୧୮ଟି ଅର୍ଦ୍ଧଶତକ ।  

ପାକିସ୍ତାନ କ୍ରିକେଟର ମିସବା ଉଲ୍ ହକ୍ । ବିନା ଶତକ ଲଗାଇ ସର୍ବାଧିକ ରନ୍‌ କରିଥିବା ସେ ପାକିସ୍ତାନ ବ୍ୟାଟର । ମିସବାଙ୍କ ନାଁରେ ୧୬୨ ODI ମ୍ୟାଚ୍‌ରେ ୫୧୨୨ ରନ୍‌ କରିବାର ରେକର୍ଡ ରହିଛି । ODIରେ ମିସବାଙ୍କ ସର୍ବାଧିକ ରନ୍‌ ଥିଲା ୯୬ । ସେ ଆଉ ୪ରନ୍‌ ଅତିକ୍ରମ କରିପାରିନଥିଲେ । ତାଙ୍କର ଷ୍ଟ୍ରାଇକରେଟ୍‌ ରହିଥିଲା ୪୩ । ସେ ମୋଟ ୪୨ ଅର୍ଦ୍ଧଶତକ ଲଗାଇଥିଲେ । ଏହାବ୍ୟତୀତ ମିସବା ଟେଷ୍ଟରେ ୧୦ଟି ଶତକ ହାସଲ କରିଥିଲେ । 

ଏହି ଲିଷ୍ଟରେ ରହିଛନ୍ତି ଭାରତୀୟ କ୍ରିକେଟର ଦୀନେଶ କାର୍ତ୍ତିକ । ଦୀନେଶ ୨୦୦୪ରେ ଭାରତ ପାଇଁ କରିଥିଲେ ODIଡେବ୍ୟୁ । ଆଉ ଶେଷଥର ପାଇଁ ୨୦୧୯ରେ ଖେଲିଥିଲେ ତାଙ୍କର ଶେଷ ମ୍ୟାଚ୍ । ସେ ୧୫ ବର୍ଷରେ ୯୪ଟି ମ୍ୟାଚ୍ ଖେଳିଥିଲେ । ଏଥିରେ କାର୍ତ୍ତିକ ଓପନରଙ୍କ ଠାରୁ ଫିନିଶର ଯାଏଁ ଖେଳିଥିଲେ ମଧ୍ୟ ସେ ଶତକ ଲଗାଇବାରେ ହୋଇଥିଲେ ବିଫଳ । ସେ ୯ଟି ଅର୍ଦ୍ଧଶତକ ଲଗାଇଥିଲେ । କାର୍ତ୍ତିକଙ୍କ ସବୁଠାରୁ ବଡ ଇନିଂସ ଥିଲା ୭୯ରନର ପାଳି । ବର୍ତ୍ତମାନ ଦିନେଶ କାର୍ତ୍ତିକ ଅବସର ନେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.