ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜଧର୍ମ ପାଳନ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ଦୁଇ ବର୍ଷ ମଧ୍ୟରେ ଥରେ ମଧ୍ୟ ମଣିପୁର ଗସ୍ତ ନକରି 'ରାଜଧର୍ମ' ବଜାୟ ରଖିବାରେ ବିଫଳ ହୋଇଥିବା ଶନିବାର ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏକ୍ସରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୁଇ ବର୍ଷ ଧରି ଅଶାନ୍ତ ରହିଛି, ହେଲେ ପ୍ରଧାନମନ୍ତ୍ରୀଙ୍କ ପାଦ ଏଠି ପଡ଼ୁ ନାହିଁ। ମଣିପୁରରେ ହିଂସା ୩ ମେ, ୨୦୨୩ରୁ ଆରମ୍ଭ ହୋଇ ଏବଂ ଏବେ ବି ଜାରି ରହିଛି ବୋଲି ଖଡ଼ଗେ କହିଛନ୍ତି।
ମଣିପୁରରେ ହିଂସା ଜାରି ରହିଛି ବୋଲି ସେ ଉଲ୍ଲେଖ କହି କହିଛନ୍ତି ଯେ ଯେ ଏଇ ଦୁଇ ଦିନ ତଳେ ତାମେଙ୍ଗଲଙ୍ଗ ଜିଲ୍ଲାରେ ଏକ ହିଂସାତ୍ମକ ସଂଘର୍ଷରେ ୨୫ ଜଣ ଆହତ ହୋଇଥିଲେ। ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୨୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ୬୮,୦୦୦ ଲୋକ ବାସହରା ହୋଇଥିବା ବେଳେ ଏବେ ବି ହଜାର ହଜାର ଲୋକ ରିଲିଫ୍ ଶିବିରରେ ରହୁଛନ୍ତି ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି।
ଖଡ଼ଗେ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି “ନରେନ୍ଦ୍ର ମୋଦୀ ଜୀ, ମଣିପୁର ଆପଣଙ୍କ ଉପସ୍ଥିତି ଏବଂ ଶାନ୍ତି ଓ ନିଜର ସ୍ୱାଭାବିକତା ସ୍ଥିତି ଫେରିବାର ଅପେକ୍ଷାରେ ଥିବା ବେଳେ, ଆମେ ଆପଣଙ୍କୁ ୩ ଟି ପ୍ରଶ୍ନ ପଚାରିବାକୁ ଚାହୁଁଛୁ। ଜାନୁଆରୀ ୨୦୨୨ରେ ଆପଣ ମଣିପୁରରେ ଶେଷଥର ନିର୍ବାଚନ ରାଲି କରିଥିଲେ। ଆପଣ ବିଶ୍ୱର ବିଭିନ୍ନ ସ୍ଥାନକୁ ୪୪ ଟି ବିଦେଶ ଗସ୍ତ କରିଛନ୍ତି। ଏବଂ ଦେଶରେ ବିଭିନ୍ନ ସ୍ଥାନକୁ ୨୫୦ ଥର ଗସ୍ତ କରି ସାରିଛନ୍ତି, ତଥାପି ଆପଣ ମଣିପୁରରେ ଗୋଟିଏ ସେକେଣ୍ଡ ମଧ୍ୟ ବିତାଇଲେ ନାହିଁ। ମଣିପୁରର ଲୋକଙ୍କ ପ୍ରତି ଏହି ଉଦାସୀନତା ଏବଂ ଅବଜ୍ଞା କାହିଁକି? ରାଜନୈତିକ ଉତ୍ତରଦାୟିତ୍ୱ କାହିଁ?”
ପଢନ୍ତୁ- ଶ୍ରୀଲଙ୍କା ଜଳଦସ୍ୟୁଙ୍କ ଆକ୍ରମଣରେ ୧୭ ଭାରତୀୟ ମତ୍ସ୍ୟଜୀବୀ ଆହତ: ସ୍ପିଡ୍ ବୋଟ୍ରେ ଆସି...
ମଣିପୁରରେ ଲୋକ ରାଷ୍ଟ୍ରପତି ଶାସନ ଦାବି କରୁଥିବା ବେଳେ ରାଜ୍ୟରେ କାହିକି ରାଷ୍ଟ୍ରପତି ଶାସନ ଲାଗୁ ହେଉନି ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି। ଡବଲ ଇଞ୍ଜିନ ସରକାର ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ସାମ୍ବିଧାନିକ କର୍ତ୍ତବ୍ୟରେ କାହିଁକି ବିଫଳ ହେଲା? ଆପଣ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ କାହିଁକି ବହିଷ୍କାର କଲେ ନାହିଁ? ବୋଲି କଂଗ୍ରେସ ସଭାପତି ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଡବଲ ଇଞ୍ଜିନ ନୁହେଁ ବରଂ ଡବଲ ଆକ୍ରମଣକାରୀ ସରକାର ବୋଲି କହି ଖଡଗେ କହିଛନ୍ତି "ତୁମର ଦୁଇ ଆକ୍ରମଣ ସରକାର ଏବେ ବି ମଣିପୁରରେ ବିଫଳ ହୋଇଛି। ଗୃହ ମନ୍ତ୍ରଣାଳୟର ଶାସନ ଏବେ ବି ଲାଗୁ ହେବା ସତ୍ତ୍ୱେ, ହିଂସା ଘଟଣା ବନ୍ଦ ହୋଇନାହିଁ।"
ଏଥିସହିତ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ନିଜର "ସପୂର୍ଣ୍ଣ ଅକ୍ଷମତା" ଲୁଚାଇବା ପାଇଁ "ଶୀଘ୍ର ରାତି ୨ଟାରେ" ରାଷ୍ଟ୍ରପତି ଶାସନ ପାଇଁ ଏକ ପ୍ରସ୍ତାବ ପାରିତ କରିଛି। ଗତ ଦୁଇ ବର୍ଷର ଜାତିଗତ ବିବାଦ ମଣିପୁରର ଅର୍ଥନୀତିର ହଜାର ହଜାର କୋଟି ଟଙ୍କାର କ୍ଷତି କରିଛି ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି।
ମୋଦୀ ସରକାରଙ୍କୁ ଖଡ଼ଗେ ପ୍ରଶ୍ନ କରି ଲେଖିଛନ୍ତି "ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଶାନ୍ତି କମିଟିର କ'ଣ ହେଲା? ଆପଣ କାହିଁକି ସମସ୍ତ ସମ୍ପ୍ରଦାୟର ପ୍ରଭାବିତ ଲୋକଙ୍କୁ ଭେଟିଲେ ନାହିଁ, ଏପରିକି ଦିଲ୍ଲୀରେ ମଧ୍ୟ? ଆପଣ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ କାହିଁକି ଘୋଷଣା କଲେ ନାହିଁ?" ମୋଦୀ ଜୀ, ଆପଣ ପୁଣି ଥରେ ଆପଣଙ୍କ ରାଜଧର୍ମ ପାଳନର କରିବାରେ ବିଫଳ ହେଲେ ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି।