LIVE TV
LIVE TV

ପଡ଼ିଲା ହାତକଡ଼ି, ଦାଦାବାଟି ନଦେଲେ ହତ୍ୟା କରିବାକୁ ଦେଉଥିଲା ଧମକ

NEWS7
4300-millionaires-will-be-leaving-india-in-2024-and-this-is-where-they-are-going

ବ୍ରହ୍ମପୁର: ମାଗୁଥିଲା ଦାଦାବାଟି... ନଦେଲେ ଦେଉଥିଲା ହତ୍ୟା ଅଭିଯୋଗ... ଅଭିଯୋଗ ପରେ ଆସାମୀକୁ ଗିରଫ କଲା ପୋଲିସ। ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୭ଟା ସମୟରେ ଦୀପକ କୁମାର ସ୍ୱାଇଁ ପଲ୍ଲୀ ଗାଁ ଛକ ନିକଟରେ ମୋରମ୍ ବୋଝେଇ ଟିପ୍ପର ସହ ଭାବିନିପୁର ଯାଉଥିଲେ। ଏହି ସମୟରେ ବିକି ପାତ୍ର ନାମକ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କୁ ଅଟକାଇ ୧୦୦୦ ଟଙ୍କା ଦାଦାବଟି ଦାବି କରିଥିଲେ। ହେଲେ ଦୀପକ ଦାଦାବଟି ଦେବାକୁ ମନା କରିବାରୁ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ ଅଭିଯୁକ୍ତ। ଏମିତିକି ହତ୍ୟା କରିବାକୁ ଧମକ ଦେଇଥିଲେ।

ତେବେ ଏନେଇ ଦୀପକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ବିକି କୁମାର ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ଅଧିକ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଏସ. ପି ସୂଚନା ଦେଇଛନ୍ତି।