ଭଦ୍ରକ ୩୧।୫: ଦୋକାନ ପଛପଟୁ କାନ୍ଥ କଣା କରି ମୋବାଇଲ ଦୋକାନରେ ପଶିଲେ । ମୋବାଇଲ ଚୋରି କରିବା ପରେ ଚାର୍ଜର ଓ ଖୋଳ ଫିଙ୍ଗିଦେଇ ଚାଲିଗଲେ ଲୁଟେରା । ୪ଶହ ମୋବାଇଲ୍ ଲୁଟିନେଇଛନ୍ତି ଲୁଟେରା ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ଭଣ୍ଡାରିପୋଖରୀ ବଜାରରୁ ଲୁଟ୍ ହୋଇଛି । ଥାନା ଠାରୁ ମାତ୍ର ୩ ଶହ ମିଟର ଦୂର ମା’ ତାରିଣୀ ମୋବାଇଲ୍ ପଏଣ୍ଟରୁ ଲୁଟି କରିଛନ୍ତି ଲୁଟେରା । ଅଭିଯୋଗ ଅନୁଯାୟୀ, ଦୋକାନ ପଛପଟ କାନ୍ଥରେ କଣା କରିବା ପରେ ଭିତରକୁ ପଶିଥିଲେ ଲୁଟେରା । ଦୋକାନ ଭିତରେ ଥିବା ୪୦୦ଟି ମୋବାଇଲ୍ ଲୁଟ୍ କରିବା ପରେ ଖୋଳ ଓ ଚାର୍ଜର ଦୋକାନ ପଛରେ ଫିଙ୍ଗି ଦେଇଛନ୍ତି । ଲୁଟ୍ ହୋଇଥିବା ମୋବାଇଲର ମୂଲ୍ୟ ୮୦ ଲକ୍ଷରୁ ଅଧିକ ହୋଇଥିବା ଦୋକାନ ମାଲିକ କହିଛନ୍ତି ।
ଦୋକାନ ସିସିଟିଭିର ଗୋଟିଏ ହାର୍ଡ ଡିସ୍କ ଲୁଟେରା ନେଇଥିବା ବେଳେ ଅନ୍ୟ ଗୋଟିଏ ହାର୍ଡ ଡିସ୍କ ପୋଲିସକୁ ହସ୍ତାନ୍ତର କରାଯାଇଛି । ଭଦ୍ରକରୁ ଡଗ୍ ସ୍କ୍ବାଡ୍ ଆସିବା ପରେ ଘଟଣାସ୍ଥଳକୁ ଯାଇ ଏକ ବିଲ ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଠାବ କରିଛି । ସନ୍ଧାନୀ କୁକୁର ଠାବ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ଲୁଟ୍ ହୋଇଥିବା ମୋବାଇଲ ମଧ୍ୟରେ ୮ଟି ଆଇଫୋନ୍ ସହ ଅନେକ ଦାମୀ ମୋବାଇଲ୍ ରହିଥିବା ଦୋକାନ ମାଲିକ କହିଛନ୍ତି ।
You Can Read:
ଟାଇମ୍ସ ର୍ୟାଙ୍କିଙ୍ଗ ସର୍ଭେ-୨୦୨୫ : ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ITER ସ୍ଥାନିତ