ମାତିଛନ୍ତି ଏଟିଏମ କାର୍ଡ ଲୁଟେରା, ମହିଳାଙ୍କ କାର୍ଡ ବଦଳାଇ ନେଇଗଲେ ୪୦ ହଜାର ଟଙ୍କା

Published By : Prameya-News7 Bureau | August 09, 2025 IST

ସୁନ୍ଦରଗଡ ୯।୮: ମହିଳାଙ୍କ ATM କାର୍ଡ ବଦଳାଇ ନେଇ ଗଲେ ୪୦ ହଜାର ଟଙ୍କା । ଏଟିଏମକୁ ଟଙ୍କା   ଉଠାଇବାକୁ ଆସିଥିବା ଜଣେ ମହିଳାଙ୍କ କାର୍ଡ ବଦଳାଇ ୪୦ ହଜାର ଟଙ୍କା ନେଇ ଗଲେ ଦୁଇ ଜଣ ଦୁର୍ବୃତ୍ତ । 

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ସଦର ଥାନା ଠେଲକୋବୁଡର ଜୟନ୍ତୀ ଟପୋ ସୁନ୍ଦରଗଡ଼ ଡାକ୍ତରଖାନାରେ ତାଙ୍କର ଝିଅ ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ସାରି ଡାକ୍ତରଖାନାରୁ ବାହାରି ମେଡିକାଲ ଛକରେ ଥିବା ଏସବିଆଇ ଏଟିଏମରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମରୁ ଟଙ୍କା ଉଠାଇ ପାରିନଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କୁ ସହଯୋଗ କରିବ କହିଥିଲେ । ହେଲେ ଅତି ଚତୁରତା ସହିତ ସେହି ଯୁବକ ଜଣକ ମହିଳାଙ୍କ ଏଟିଏମ କାର୍ଡର ପାସୱାର୍ଡ ସହ ଏଟିଏମ କାର୍ଡକୁ ବଦଳାଇ ଦେଇ ସେଠାରୁ ଚମ୍ପଟ ମାରିଥିଲା । ଏହାପରେ ରାଣୀ ବଗିଚା ଏସବିଆଇ ଏଟିଏମରୁ ମହିଳାଙ୍କ କାର୍ଡରୁ ୪୦ ହଜାର ଟଙ୍କା ଉଠାଇ ନେଇଥିଲା । ଏହାପରେ ମହିଳାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଏହାପରେ ମହିଳା ଜଣକ ବ୍ୟାଙ୍କ୍ ଅଧିକାରୀ ଏବଂ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଏଟିଏମର ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତ ମାନେ କିଭଳି ଚତୁରତାର ସହିତ ଏଭଳି ଘଟଣା ଘଟାଉଥିବା ବେଳେ ଦୁର୍ବୃତ୍ତ ମାନେ ମହିଳାଙ୍କୁ ଟାର୍ଗେଟ୍ କରୁଛନ୍ତି ।

You Can Read:

ସବୁ ବିଶ୍ବବିଦ୍ୟାଳୟ ଓ କଲେଜରେ ଖୋଲିବ ସ୍ୱତନ୍ତ୍ର ଶକ୍ତିଶ୍ରୀ ସେଲ୍, ବଛାଯିବ ଶକ୍ତିଶ୍ରୀ ସାଥି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.