ଓମାନରୁ ଘୋଷଣା ହେଲା ରମଜାନର ତାରିଖ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ପବିତ୍ର ମାସ

NEWS7
40-percent-of-rural-youth-struggles-to-secure-employment-due-to-lack-of-skills-and-language-proficiency

ମସ୍କାଟ ୧୨।୨: ଓମାନ ଅଧିକାରୀକ ଭାବେ ଚଳିତ ବର୍ଷ ରମଜାନ ମାସ ଆରମ୍ଭର ଦିନ ଘୋଷଣା କରିଛି। ମୁସଲମାନଙ୍କ ପାଇଁ ଏହି ପବିତ୍ର ମାସଟି ୧୯ ଫେବୃଆରୀରୁ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଆଉ ମାତ୍ର କିଛି ଦିନ ପରେ ମସଜିଦମାନଙ୍କରୁ ତରାଭିହର ଗୁଞ୍ଜରଣ ଆରମ୍ଭ ହେବ ଓ ଘରମାନଙ୍କରେ ସହରୀ ଏବଂ ଇଫ୍ତାର ସଜାଯିବ। ଇସ୍ଲାମ କ୍ୟାଲେଣ୍ଡର ଚନ୍ଦ୍ର ଉପରେ ନିର୍ଭର କରେ। ଏଣୁ ପ୍ରତିବର୍ଷ ରମଜାନର ତାରିଖ ବଦଳି ଥାଏ। ଏ ବର୍ଷ ଚନ୍ଦ୍ରର ଚାଲକୁ ଦେଖି ୧୯ ଫେବୃଆରୀ ତାରିଖ ଉପରେ ମୋହର ଲଗାଇଛି।

ରମଜାନ ଆରମ୍ଭ କେବଳ ଏକ ତାରିଖ ନୁହେଁ ଆଧ୍ୟାତ୍ମିକ ଯାତ୍ରାର ପ୍ରାରମ୍ଭ ଯାହାକୁ ପ୍ରତ୍ୟେକ ମୁସଲମାନ ଅପେକ୍ଷା କରି ରହିଥାନ୍ତି। ଏହି ସମୟରେ ଓମାନର ମୁସଲମାନ ସମୂଦାୟ ମଧ୍ୟରେ ନମାଜ ଓ କୋରାନର ଚର୍ଚ୍ଚା ବଢି ଯାଏ। ଏହା ଛଡା ଏହି ମାସ ଏହା ବି ଶିକ୍ଷା ଦିଏ ଆମ ଆଖପାଖରେ ଥିବା ଗରିବ ଲୋକଙ୍କୁ ମଧ୍ୟ ଧ୍ୟାନ ଦେବା। ଜକାତ ଓ ସଦକା (ଦାନ) ମାଧ୍ୟମରେ ଲୋକେ ଜଣେ ଜଣକୁ ସହାୟତାର ହାତ ବଢାନ୍ତି। ସେହିପରି ଇଫ୍ତାର ସମୟରେ ଯେତେବେଳେ ପୁରା ପରିବାର ଓ ବନ୍ଧୁ ବାନ୍ଧବ ଏକାଠି ବସନ୍ତି ସେତେବେଳେ ଭାଇଚାରାର ସମ୍ପର୍କ ବେଶ୍ ଦେଖିବାକୁ ମିଳେ।

ଆଗାମୀ ରମଜାନ ପାଇଁ ‘ତରାଭିହ’ର ବିଶେଷ ନମାଜ ଲାଗି ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଓମାନର ସଡ଼କ ଓ ବଜାର ଏବେ ଗହଳି ହେବାରେ ଲାଗିଲାଣି। ଲୋକେ ଶାରୀରିକ ଓ ମାନସିକ ରୂପେ ଏହି ପବିତ୍ର ମାସ ଲାଗି ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ୧୯ ଫେବୃଆରୀରେ ଆରମ୍ଭ ହେବାକୁ ଯାଉଥିବା ଏହି ମାସ ଓମାନ ଏବଂ ସାରା ବିଶ୍ୱର ମୁସଲମାନଙ୍କ ନିମନ୍ତେ ନିଜର ଆସ୍ଥାକପ ଆହୁରି ଗଭୀର କରିବାକୁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି।