ରାଜ୍ୟରେ କ୍ୟାନ୍ସରକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ, ପ୍ରତିବର୍ଷ ଯାଉଛି ୩୫ ହଜାର ଲୋକଙ୍କ ଜୀବନ

NEWS7
4-died-of-consuming-poisonous-liquor-in-mp-ratlam

ଭୁବନେଶ୍ଵର: ବିଶ୍ଵ କ୍ୟାନ୍ସର ଦିବସରେ ରାଜ୍ୟରେ କ୍ୟାନ୍ସରକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ। କ୍ୟାନସର ହଟ ସ୍ପଟ ବନୁଛି ଓଡିଶା। ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ। ଏବେ ଗାଁ ଗାଁ ବୁଲି ସଚେତନ କରିବେ ଏସଏଜି। ଏହା ସହିତ ଚିହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। କ୍ୟାନ୍ସର ଭଳି ରୋଗକୁ କିଭଳି ଭାବରେ ଜଲଦି ଚିହ୍ନଟ କରାଯିବ ସେନେଇ ଗାଁ ଗାଁ ବୁଲି ସଚେତନତା କରିବେ ଏସଏଚଜି ଗ୍ରୁପ।

୨୦୨୫-୨୬ ବର୍ଷରେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହେଉଛନ୍ତି। ୨୦୨୫-୨୬ ଜାନୁଆରୀ ସୁଦ୍ଧା ରାଜ୍ୟରେ ୨୩,୧୩୧ ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି। ଉଦବେଗର ବିଷୟ ସବୁଠୁ ଅଧିକ କ୍ୟାନ୍ସର ରୋଗୀ କଟକରୁ ୪୭୭୯ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୭୮, ଯାଜପୁରରେମ ୧୧୫୩, ଜଗତସିଂହପୁରରେ ୧୮୨୨, ବାଲେଶ୍ଵରରେ ୧୫୪୬ ଓ ଭଦ୍ରକରେ ୧୪୩୨ ରୋଗୀ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଡାଇଗନୋସିସ ହେବାର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। କାରଣ ଆମ ପାଖରେ ସେହି ଅନୁସାରେ କୌଣସି ସାଧନ ନାହିଁ। ଏହି ୬୦ ପ୍ରତିଶତ ମୃତ୍ୟୁକୁ କମାଇବା ପାଇଁ ସରକାର ଚାହୁଁଛନ୍ତି। ଡାଇଗନୋସିସ କିଭଳି ଭାବରେ ଜଲଦି କରାଯିବ ଏହା ପରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଲକ୍ଷ୍ୟ ରଖିଛନ୍ତି।